Home ଓଡ଼ିଶା ପଣସ ବୋଝେଇ ପିକଅପ୍ ଭ୍ୟାନ୍ ଧକ୍କାରେ ବାପା ପୁଅଙ୍କ ମୃତ : ପ୍ରତିବାଦରେ ମେଡିକାଲ ଆଗରେ ସମ୍ପର୍କୀୟଙ୍କ ରାସ୍ତା ଅବରୋଧ: ପ୍ରତିଶୃତି ପରେ ହଟିଲା by Proprietor Abhimanyu Maharana 6 days ago Share on FacebookShare on TwitterWhatsapp ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅର୍ନ୍ତଗତ ରୁତୁଙ୍ଗିଆ ପଞ୍ଚାୟତର ସିରିସପାଙ୍ଗା ଗ୍ରାମର ବାପା ହେମ କହଁର ଓ ପୁଅ ନିଳମଣି କହଁର ଖମନ ଖୋଲ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ । ରବିବାର ଉଭୟ ବାପା ପୁଅ ନିଜ ମଟର ସାଇକେଲରେ ଘରକୁ ଫେରିବା ସମୟରେ ସୁଡ୍ରା ପଞ୍ଚାୟତର ଗାଲିଗୁରା ଗାଁ ନିକଟରେ ଏକ ପଣସ ବୋଝେଇ ପିକଅପ୍ ଭ୍ୟାନ ସହ ମଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାପା ପୁଅ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନକୁ ଅଟକ ରଖିବା ସହ ପୁଲିସକୁ ଜଣାଇଥିଲେ । ଉଭୟ ଗୁରୁତରଙ୍କୁ ବାଲିଗୁଡ଼ା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ବାପା ହେମ କହଁରକୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ପୁଅ ନୀଳମଣିକୁ ଅଧିକ ଚିକିତ୍ସା ଲାଗି ଫୁଲବାଣୀ ମେଡିକାଲକୁ ପଠାଇଥିଲେ । କିନ୍ତୁ, ଅଧା ବାଟରେ ନୀଳମଣିଙ୍କର ମୃତ୍ୟୁ ହୋଇଥିଲା । ଏ ଘଟଣାର ପ୍ରତିବାଦରେ ସୋମବାର ବାଲିଗୁଡ଼ା ଉପଖଣ୍ଡ ମେଡିକାଲ ସମ୍ମୁଖରେ ମୃତକଙ୍କ ସମ୍ପର୍କୀୟ ୫ ଲକ୍ଷ ଦାବି କରି ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବୁଝାସୁଝା କରିବା ପରେ ଏକ ଘଣ୍ଟା ଧରି ଚାଲିଥିବା ରାସ୍ତା ରୋକରୁ ସମ୍ପର୍କୀୟଙ୍କୁ ହଟାଇବା ସହ ଦାବି ଅନୁଯାୟୀ କ୍ଷତି ପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ପ୍ରୟାସ ର ରଜ ଉତ୍ସବ ପାଳିତ by Proprietor Abhimanyu Maharana June 16, 2025 Sainik School Bhubaneswar Stands Champion of the Tournament & Sainik School Kodagu is Runners up by Proprietor Abhimanyu Maharana June 16, 2025 ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ଆଚାର୍ଯ୍ୟ ସୁଶୃତଙ୍କର ଜୟନ୍ତୀ ପାଳିତ by Proprietor Abhimanyu Maharana June 16, 2025 ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା by Proprietor Abhimanyu Maharana June 16, 2025 ମାଲକାନଗିରି ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ଯୋଗ ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ by Proprietor Abhimanyu Maharana June 16, 2025 ନୂଆଗଡ ରଜ ମହୋତ୍ସବର ଦ୍ବିତୀୟ ଦିନରେ ପ୍ରବଳ ଭିଡ ସାଙ୍ଗକୁ ପିଲାଙ୍କ ନୃତ୍ୟ ସଙ୍ଗୀତରେ ଦର୍ଶକ ବିଭୋର by Proprietor Abhimanyu Maharana June 15, 2025