ସମ୍ ହସ୍ପିଟାଲରେ ଆରମ୍ଭ ହେଲା କୋଭାକ୍ସିନ୍‌ର ହ୍ୟୁମାନ ଟ୍ରାଏଲ୍

ଓଡିଶା ତାଜା ନ୍ୟୁଜ୍ (୨୦ ଜୁଲାଇ ସୋମବାର) ଭୁବନେଶ୍ୱର :- ପ୍ଲାଜମା ଥେରାପି ପରେ ଏବେ ହ୍ୟୁମାନ ଟ୍ରାଏଲ ଆରମ୍ଭ କରିଛି ଆଇଏମଏସ୍‌ ସମ ହସ୍ପିଟାଲ  । ଆଜିଠୁ ଟ୍ରାଏଲ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଯାଇଛି । ଯେଉଁ ସୁସ୍ଥ ବ୍ୟକ୍ତିମାନେ ସ୍ୱ-ଇଚ୍ଛାରେ ଟ୍ରାଏଲ ପାଇଁ ଆଗେଇ ଆସିବେ ସେମାନଙ୍କ ଶରୀରରେ ଏହି ଭ୍ୟାକସିନ ପ୍ରୟୋଗ କରାଯିବ । ଏହି ଟୀକା ନେଇଥିବା ବ୍ୟକ୍ତିଙ୍କୁ ଆଉ କରୋନା ଭାଇରସ ଆକ୍ରମଣ କରିବ ନାହିଁ ।

ପଞ୍ଜିକରଣ ପରେ ତାଙ୍କର କ୍ଲିନିକାଲ ରିସର୍ଚ୍ଚ କରାଯିବ । ତାପରେ କାଉନସିଲିଂ କରାଯିବ । ଏହାପରେ ରକ୍ତ ନମୁନା ସଂଗ୍ରହ କରାଯିବ । ସବୁ ରିପୋର୍ଟ ଠିକ ଆସିବା ପରେ ଟୀକା ଦିଆଯିବ । ଟୀକା ଦେବା ପରେ ମାନସିକ ଓ ଶାରୀରିକ ସ୍ତରରେ ହେଉଥିବା ପରିବର୍ତ୍ତନକୁ ନିରୀକ୍ଷଣ କରାଯିବ । ସେମାନେ ଘରକୁ ଯାଇପାରିବେ କିନ୍ତୁ ନିରୀକ୍ଷଣ ଭିତରେ ରହିବେ ।

ଏହି ଟୀକା ସମ୍ପୂର୍ଣ ଭାରତୀୟ ଜ୍ଞାନ କୌଶଳରେ ତିଆରି ହୋଇଛି । ଯେଉଁମାନଙ୍କ ଉପରେ ଏହି ଟୀକା ପ୍ରୟୋଗ କରାଯିବ ସେମାନଙ୍କ ରକ୍ତ ନମୁନା ୧୦ ବର୍ଷ ପର୍ଯ୍ୟନ୍ତ ସାଇତି ରଖାଯିବ । ଏହା ଉପରେ ଗବେଷଣା ହେବ । ଏହି ଟୀକା ଦେବାରେ ଆଇଏମ୍‌ଏସ୍‌ ସମ ହସ୍ପିଟାଲ ହେଉଛି ରାଜ୍ୟର ପ୍ରଥମ ହସ୍ପିଟାଲ । ଆଇଏମଏସ ସମ୍ ହସ୍ପିଟାଲରେ ଏହାପାଇଁ ରହିଛି ଅତ୍ୟାଧୁନିକ ଯନ୍ତ୍ରପାତି ଓ ବିଯୁକ୍ତ ୮୦ ଡିଗ୍ରୀ ପର୍ଯ୍ୟନ୍ତ ଡିପ ଫ୍ରିଜର । ଆଜି ଏହାର ମଧ୍ୟ ଶୁଭାରମ୍ଭ ହୋଇଯାଇଛି ।