ଗଜପତି : ନୂଆଗଡବ୍ଲକରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ମଇ  , ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍) ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର ସଦର ମହକୁମା ନୂଆଗଡ ଠାରେ ବିଜେଡି ଦଳର କର୍ମୀ ସମ୍ମିଳନୀ ଆର. ଉଦୟଗିରି ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା।ଏହି କର୍ମୀ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ସଭାପତିତ୍ୱ କରିଥିଲେ । ଏହି କର୍ମୀ ସମ୍ମିଳନୀରେ ଜିଲ୍ଲା ଉପ-ସଭାପତି ଜେମ୍ସ ରାଇକା ଙ୍କ ସମେତ ବ୍ଲକରେ ଥିବା ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ବିଜେଡି କର୍ମୀ ଙ୍କ ସମେତ ବ୍ଲକ ସରପଞ୍ଚ ସଂଘର ସଭାପତି ପ୍ରେମା ମାଝୀ ଉପସ୍ଥିତ ଥିଲେ ।

ନୂଆଗଡ଼ ବ୍ଲକକୁ ବିଭିନ୍ନ ଯୋଜନା ମାଧ୍ୟମରେ ଆସିଥିବା ଅର୍ଥ ଠିକ ମାର୍ଗରେ ଖର୍ଚ୍ଚ ହେଉଛି କି ନାହିଁ ଏବଂ ତାହାର ସୁଫଳ ଲୋକଙ୍କ ନିକଟରେ ଯେପରି ପହଞ୍ଚିବ ତାହାର ତଦାରଖ କରିବା ନିମନ୍ତେ କର୍ମୀ ସମ୍ମିଳନୀରେ ସ୍ଥିର ହୋଇଥିଲା । ଏହା ସହ ଦଳୀୟ କର୍ମୀ ଗାଁ ଗାଁ ବୁଲି ଦଳର ପ୍ରଚାର ସହ ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଯୋଜନା ଯେପରି ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଲୋକଙ୍କୁ ବୁଝାଇବାକୁ ବୈଠକରେ ସ୍ଥିର ହୋଇଥିଲା l ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ ସମସ୍ତ ଦଳୀୟ କର୍ମୀଙ୍କୁ ଅନୁରୋଧ କରିଥିଲେ ଯେ ନୂଆଗଡ ବ୍ଲକ୍କରେ ବିଜେଡି ଦଳର ସଂଗଠନ କୁ ସୁଦୃଢ଼ କରିବା ପାଇଁ କହିଥିଲେ ଏହି କର୍ମୀ ସମ୍ମିଳନୀରେ ନୂଆଗଡ ବ୍ଲକର ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତା ଉପସ୍ଥିତି ଥିଲେ.