ଧର୍ମ ପରାୟଣ ବ୍ୟକ୍ତି ଙ୍କ ପରଲୋକ – ଭୁବନ

ମେ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ଏନ୍ ଏ ସି ଅନ୍ତର୍ଗତ ୧୪ ନମ୍ୱର୍ ୱାର୍ଡ ବଢେଇ ସାହି ର ବିଶିଷ୍ଟ ଧର୍ମ ପରାୟଣ ବ୍ୟକ୍ତି ଧେଡି ବିହାରୀ ଙ୍କ ର ଆଜି ଭୋର୍ ୪.୩୦ ମିନିଟ ସମୟ ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡ଼ିତ ଥାଇ ଶଯ୍ୟାଶାୟୀ ଥିଲେ । ଅନ୍ତିମ ଶଯ୍ୟା ନିକଟରେ ଏକମାତ୍ର ପୁତ୍ର ଙ୍କ ସମେତ ପୁତ୍ର ବଧୂ,୫ ଜଣ ଝିଅ ,ଜ୍ବାଇଁ ,ନାତି ନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।

ଶ୍ରୀଯୁକ୍ତ ବିହାରୀ ଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କ ଘରେ ପହଞ୍ଚି ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଓ ଶବାଧlର ରେ ସାମିଲ ହୋଇ ହିଙ୍ଗୁଳା ମନ୍ଦିର ନିକଟସ୍ଥ ତାଙ୍କ ବଗିଚା କୁ ଯାଇଥିଲେ । ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ଏକ ମାତ୍ର ପୁତ୍ର ନବ କିଶୋର ବିହାରୀ ମୁଖlଗ୍ନି ଦେଇଥିଲେ । ସ୍ବର୍ଗତ ଧେଡି ବିହାରୀ ଏକାଧାରରେ ଜଣେ ଧର୍ମ ପରାୟଣ,ପରୋପକାରୀ,ସ୍ନେହୀ,ଦୟାଳୁ,ମେଳlପି ବ୍ୟକ୍ତି ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।