ଆମ୍ବ ବିଛାଇବାକୁ ଯାଇ ଗଛରୁ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

୨୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲେଶ୍ୱର,ବସ୍ତା :- ଆମ୍ବ ବିଛାଇବାକୁ ଯାଇ ଗଛରୁ ପଡ଼ି ବୃଦ୍ଧଙ୍କ ମୃତ୍ୟୁ । ବସ୍ତା ଥାନା ମୁଳିଦା ଗ୍ରାମରେ ଅଘଟଣ । ଆମ୍ବ ବିଛାଇବାକୁ ଯାଇ ଗଛରୁ ପଡ଼ି ୭୦ ବର୍ଷର ବୃଦ୍ଧ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ମୃତ୍କ ହେଉଛନ୍ତି ମୃତ୍ୟୁଞ୍ଜୟ ମହାନ୍ତି । ମୃତ୍ୟୁଞ୍ଜୟ ନିଜ ବାଡ଼ି ଆମ୍ବ ଗଛରୁ ଆମ୍ବ ଵିଛାଇବାକୁ ଗଛରେ ଚଢିଥିଲେ । ହଠାତ୍ ପାଦ ଖସିବାରୁ ମୃତ୍ୟୁଞ୍ଜୟ ଗଛ ତଳକୁ ଖସିପଡ଼ିଥିଲେ । ତାଙ୍କୁ ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାରକରି ବସ୍ତା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି .