Home ଓଡ଼ିଶା ରାୟଗଡ଼ା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନା ରେ ୫୨ ତମ ଜାତୀୟ ସୁରକ୍ଷା ସପ୍ତାହ ଉଦଘାଟିତ by Proprietor by Abhimanyu Maharana 1 year ago Share on FacebookShare on TwitterWhatsapp ୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ା : – ପ୍ରତିବର୍ଷ ମାର୍ଚ୍ଚ ମାସ ୪ ତାରିଖ ବିଶ୍ୱବ୍ୟାପୀ ସୁରକ୍ଷା ଦିବସ ଭାବରେ ପାଳିତ ହୋଇଥାଏ ଏହି ଉପଲକ୍ଷେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଥେରୁବାଲି ସ୍ଥିତ ଇମ୍ଫା କାରଖାନା ଠାରେ ଆଜି ୫୨ ତମ ଜାତୀୟ ସୁରକ୍ଷା ସପ୍ତାହର ପାଳନ ଅବସରରେ ସୁରକ୍ଷା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ସହକାରୀ ନିର୍ଦ୍ଦେଶକ (ବାଷ୍ପୀୟ ଓ କାରଖାନା) ଶ୍ରୀମାନ ରଞ୍ଜିତ କୁମାର ନାୟକ ଯୋଗ ଦେଇ ସୁରକ୍ଷା ପତ୍ତକା ଉତ୍ତୋଳନ କରି ଶୁଭ ଉଦଘାଟନ କରିଥିଲେ । ଇମ୍ଫା କାରଖାନା ର ଉପସଭାପତି (କାର୍ଯ୍ୟନିର୍ବାହୀ) ଶ୍ରୀମାନ ଆଶିଷ କୁମାର ରାୟ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଇମ୍ଫାରେ କାର୍ଯ୍ୟରତ ଠିକା ଶ୍ରମିକ , ସ୍ଥାୟୀ ଶ୍ରମିକ ଓ କର୍ମଚାରୀ , ବିଭାଗୀୟ ଅଧିକାରୀ ,ନିରାପତ୍ତା ବିଭାଗର କର୍ମଚାରୀ ଙ୍କ ଉପସ୍ଥିତିରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।ଉପସ୍ଥିତ ଶ୍ରମିକ , କର୍ମଚାରୀମାନଙ୍କୁ ଶ୍ରୀମାନ ପ୍ରଦୀପ କୁମାର ମିଶ୍ର , ଶ୍ରୀମାନ ବିଜେନ୍ଦ୍ର ପ୍ରଧାନ ଓ ଶ୍ରୀମାନ ଜେ ଏସ କୁମାର ଯଥାକ୍ରମେ ଓଡିଆ , ଇଂରାଜୀ ଓ ହିନ୍ଦୀରେ ସୁରକ୍ଷା ଶପଥ ପାଠ କରାଇଥିଲେ । ଉପ-ସଭାପତି ଶ୍ରୀମାନ ଆଶିଷ କୁମାର ରାୟ କାରଖାନା ଭିତରେ ନିଜ ପରିସରରେ ଓ କାରଖାନା ବାହାରେ ନିଜ ପରିବାରରେ କିଭଳି ଆମର ଲକ୍ଷ୍ୟ “ଶୂନ୍ୟ ଦୁର୍ଘଟଣା” କିଭଳି ହାସଲ କରିପାରିବା ପାଇଁ ସଜାଗ ରହିବା ସହ ସାମାନ୍ୟ ରୁ ନ୍ୟୂନତମ ଦୁର୍ଘଟଣାକୁ ବି ପ୍ରତିହତ କରିବାକୁ ପରାମର୍ଶ ଦେଇଥିଲେ।ମୁଖ୍ୟ ଅତିଥି ଚଳିତ ବର୍ଷ ର ବିଷୟବସ୍ତୁ “ ଆମର ଲକ୍ଷ୍ୟ ଶୂନ୍ୟ କ୍ଷତି “ ଉପରେ ଆଲୋକପାତ କରିକହିଥିଲେ ଯେ “ ଯେ କୌଣସି ଦୁର୍ଘଟଣା ପଛରେ ବି ମନୁଷ୍ୟର ହାତ ଥାଏ “ ତେଣୁ ଯତ୍ନଶୀଳ ମନୁଷ୍ୟ ହିଁ ସର୍ବୋତ୍କୃଷ୍ଟ ସୁରକ୍ଷା “ ବୋଲି ମତ ପ୍ରକାଶ କରିଥିଲେ ।ଚଳିତ ବର୍ଷର ୫୨ ତମ ଜାତୀୟ ସୁରକ୍ଷା ସପ୍ତାହ ମାର୍ଚ୍ଚ ୪ ତାରିଖରୁ ୧୦ ତାରିଖ ଯାଏ ପାଳିତ ହେବ ଓ ଅହି ଅବସରରେ ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ ବିଭିର୍ଣ୍ଣ ତାଲିମ କାର୍ଯ୍ୟକ୍ରମ ସାଙ୍ଗକୁ ସ୍ଲୋଗାନ , ଚିତ୍ର , ପ୍ରବନ୍ଧ ଆଦି ପ୍ରତିଯୋଗୀତାର ଆୟୋଜନ କରାଯାଇଛି ଏବଂ ବୀଜିତ ବ୍ୟକ୍ତିମାନଙ୍କୁ ଉଦଯାପନୀ ସମାରୋହରେ ପୁରସ୍କୃତ କରାଯିବ। ଇମ୍ଫା ସୁରକ୍ଷା ବିଭାଗ ଦ୍ଵାରା ନିରାପତ୍ତା ବିଭାଗର କର୍ମଚାରୀମାନେ ଅଗ୍ନିନିର୍ବାପନ ର ବିଭିର୍ଣ୍ଣ କଳା ଓ କୌଶଳ ପ୍ରଦର୍ଶନ କରିଥିଲେ ଓ ଶେଷରେ ଇମ୍ଫାର କର୍ମିକ ଓ ପ୍ରଶାସନିକ ବିଭାଗର ଉପମୁଖ୍ୟ ପ୍ରବନ୍ଧକ ଶ୍ରୀମାନ କଲୋଳ କୁମାର ନାୟକ ମୁଖ୍ୟ ଅତିଥି ଓ ଉପସ୍ଥିତ ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କୁ ସୁରକ୍ଷା ଦିବସର ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଇମ୍ଫା କାରଖାନା ର ବରିଷ୍ଠ ଲୋକସଂପର୍କ ଅଧିକାରୀ ଶ୍ରୀ ଶକ୍ତି ପ୍ରଶାଦ ପାଣିଗ୍ରାହୀଙ୍କ ଏବଂ କାରଖାନାର ସମସ୍ତ ଶ୍ରମିକ ଏବଂ କର୍ମଚାରୀଙ୍କ ସହଯୋଗରେ ସୂଚାରୁରୂପେ ପରିଚାଳନା କରିଥିଲେ Categories: ଓଡ଼ିଶା, ରାୟଗଡା, ହୋମ୍ Related Content ଦ୍ଵିତୀୟ ପର୍ଯ୍ୟାୟ ନାମାଙ୍କନ ର ଷଷ୍ଠ ଦିନ : ବିରାଟ ପଟୁଆରରେ ଆସି ନାମଙ୍କନ ଦାଖଲ କାଲେ ଉପବାଚସ୍ପତି ସାଲୁଗା ପ୍ରଧାନ by Proprietor by Abhimanyu Maharana May 1, 2024 ବିଜେଡ଼ି ମହିଳା ବୈଠକ ଅନୁଷ୍ଠିତ by Proprietor by Abhimanyu Maharana May 1, 2024 ନାମାଙ୍କନପତ୍ର ଦାଖଲ କଲେ : ରଣପୁର ବିଜେପି ପାର୍ଥୀନୀ - ସୁରମା ପାଢ଼ୀ by Proprietor by Abhimanyu Maharana May 1, 2024 ପାଟଣାଗଡ଼ ରେ ବଢୁଛି କଂଗ୍ରେସ ର ଦବଦବା ବିଶାଳ ଶୋଭାଯାତ୍ରା ନାମାଙ୍କନ ଦାଖଲ କଲେ - ଅନିଲ by Proprietor by Abhimanyu Maharana May 1, 2024 କାଲିମେଳା ବନାଞ୍ଚଳ କୁର୍ତ୍ତୀ ବନ ବିଭାଗ ତରପରୁ ଜଙ୍ଗଲ ନିଆଁ ସଚେତନତା କାର୍ମଶାଳା by Proprietor by Abhimanyu Maharana May 1, 2024 ପ୍ରେସ ଆସୋସିଏସନର ଭୋଟର ସଚେତନତା କାର୍ଯ୍ୟକ୍ରମ by Proprietor by Abhimanyu Maharana May 1, 2024