ନିର୍ଦ୍ଧିଷ୍ଟ ଲକ୍ଷରଖି ସଠିକ ମାର୍ଗରେ ଗଲେ ଲକ୍ଷସ୍ଥଳେ ପହଂଚି ପାରିବ’ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ୩୫ତମ ବାର୍ଷିକୋତ୍ସବ

୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ବ୍ୟାସନଗର :- ନିଜ ନିଜର ନିର୍ଦ୍ଧିଷ୍ଟ ଲକ୍ଷରଖି ସଠିକ ମାର୍ଗରେ ଗଲେ ଲକ୍ଷ ସ୍ଥଳେ ପହଂଚି ପାରିବ । ସେଥିପାଇଁ ସମୟାନୁ ବର୍ତିତା ଓ କର୍ତବ୍ୟ ପରାୟଣତା ହେବା ଉଚିତ ବୋଲି ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ୩୫ତମ ବାର୍ଷିକ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।ଅନୁଷ୍ଠିତ ଏହି ସଭାରେ +୨ ମହାବିଦ୍ୟାଳୟ ଅଧ୍ୟକ୍ଷା ପଙ୍କଜିନୀ ପାଣି ସଭାପତିତ୍ୱ କରିଥିଲା ବେଳେ ମୁଖ୍ୟଅଥିଭାବେ ବେସରକାରୀ ମହାବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସଂପାଦକ ଡକ୍ଟର ଦୁଷ୍ମନ୍ତକୁମାର ନାୟକ ଯୋଗଦେଇ ଏହି ମଣିଷ ତିଆରି କରଖାନା ସ୍ୱରୂପ ମହାବିଦ୍ୟାଳୟର ଉତମ ପରିବେଶ ପ୍ରିତି ବର୍ଷ ସୁନାଗରିକ ସୃଷ୍ଟିକରିବାରେ ସହାୟକ ହେଉଛି ।ଏମିତିକି ଛାତ୍ରୀମାନେ ଉତମ ନାଗରିକ ଭାବେ ସୃଷ୍ଟି ହୋଇ ରାଜ୍ୟଠାରୁ ଦେଶଯାଏ ସୁନାମ ଅର୍ଜନକରିଥିବାରୁ ମହାବିଦ୍ୟାଳୟ ସେମାନଙ୍କ ପାଇଁ ଗର୍ବିତ । ମୁଖ୍ୟବକ୍ତା ଭାବେ ରମାଦେବୀ ମହିଳା ବିଶ୍ୱ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ମୁଖ୍ୟଅଧ୍ୟାପକ ଡକ୍ଟର ମାନସ ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନେ ନିଜର ନିଷ୍ଠା ଓ ଅଧ୍ୟାବସୟ ବଳରେ ଶୀର୍ଷ ସ୍ଥାନରେ ପହଂଚି ପରିବେ, ସେଥିପାଇଁ କୌଣସି ଅଭାବ ଅନାଟନ ପ୍ରତିବନ୍ଧକ ହେବ ନାହିଁ ବୋଲି ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥିଭାବେ ବ୍ୟାସନଗର ପୌରପରିିଷଦର ପ୍ରାକ୍ତନ ପୌରାଧ୍ୟକ୍ଷା ସବିତା ରାଉତ ଯୋଗଦେଇ ନାରୀଶିକ୍ଷାର ଅଗ୍ରଗତି ସଂପର୍କରେ କହିଥିଲେ । ଅନ୍ୟତମ ଅତିଥିଭାବେ ପଣ୍ଡିତ ଯୁଗୋଳ କିଶୋର ମିଶ୍ର ଯୋଗଦେଇ ପ୍ରାରମ୍ଭରେ ବେଦପାଠ କରିବାସହ ପିଲାମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ ।ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ସାଂସ୍କୃତିବିଭାଗର ଉପସଭାପତି ଅଧ୍ୟାପକ ସୁବାସ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଅନ୍ୟତମ ଉପସଭାପତି ଅଧ୍ୟାପିକା ହିରଣ୍ମୟୀ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ।ଏହି ଅବସରରେ ଚଳିତବର୍ଷର +୩ର ମୁଖପତ୍ର ଅପରାଜିତା ଓ +୨ର ମୁଖପତ୍ର ପ୍ରିୟଦର୍ଶିନୀଙ୍କୁ ସଂପାଦକ ଜ୍ୟୋତିପ୍ରକାଶ ରାଉତ, ପ୍ରଶାନ୍ତ କୁମାର ରାଉତ, ପଦ୍ମଭୁଷଣ ରାଉତରାୟଙ୍କ ସଂଚାଳନାରେ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଚଳିତବର୍ଷ ଡିଗ୍ରୀ(ସ୍ନାତକ)ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ମେଧାବିନୀ ଛାତ୍ରୀ ମଧୁସ୍ମିତା ଜେନା, +୨ କଳା ସଂଘମିତ୍ରା ସାହୁ, ବିଜ୍ଞାନ ଭଗବତୀ ମହନ୍ତ ଓ ଧନ୍ଦାମୂଳକରେ ପ୍ରିୟଦର୍ଶିନୀ ବାରିକଙ୍କୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଅଧ୍ୟାପିକା ଦେବଜନୀ ଦାସ ଓ ରୋଜାଲିନ ଦାସ ପରିଚାଳନା କରିଥିଲେ । ପ୍ରଥମ ଅଧିବେଶନର ଶେଷରେ ଅଧ୍ୟାପକ ମଳୟକୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଅଧ୍ୟାପକ ଗୋବର୍ଦ୍ଧନ ନାୟକ ଅତିଥିଙ୍କୁ ମଂଚାସୀନ କରାଇଥିଲେ ।