୨୨ ଫେବୃଆରୀ ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ପାଇଁ ଆନ୍ତର୍ନିବେଶୀ ଶିକ୍ଷା ଉପରେ ଆଧାରିତ ଶିକ୍ଷକ ତାଲିମ ଶିବିର ଉଦଯାପିତ ହୋଇଯାଇଛି l ଏହି ତାଲିମ ଶିବିର ଦୁଇଟି ପର୍ଯ୍ୟୟରେ 73ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ନେଇ ଚାଲିଥିଲା l ଜାତୀୟ ଶିକ୍ଷା ନୀତି 2020 ଓ Rpwd act 2016 ଅନୁଯାୟି ସମସ୍ତ ସରକାରୀ ବିଦ୍ୟାଳୟ ରେ ସାଧାରଣ ବର୍ଗ ର ପିଲା ମାନଙ୍କ ସହ ସ୍ୱତନ୍ତ୍ର ଆବଶ୍ୟକତା କରୁଥିବା ଶିକ୍ଷାର୍ଥୀ ମାନେ ଶିକ୍ଷା ଲାଭ କରିପାରିବେ ଓ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପାଇପାରିବେ ବୋଲି ଶିବିର ର ଅୟୋଜନ କରାଯାଇଥିଲା ।
ତଥା ସେମାନଙ୍କ ଅଭିଭାବକ ଙ୍କୁ ସଚେତନତା, ଚିହ୍ନଟିକରଣ, ଶ୍ରେଣୀ ପରିଚାଳନା ଓ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଉପରେ ଆଲୋଚନା କରାଯାଇଥିଲା ତତ ସହିତ ଏହା କିପରି ବିଦ୍ୟାଳୟ ସ୍ତର ରେ ଉପଯୋଗ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା l ଏହି କାଯ୍ୟକ୍ରମ କୁ ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଦେବଦାସ ତମରାପୁ ଓ ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ କୁନା ପାତ୍ର ପ୍ରତିଦିନ ତଦାରଖ କରନ୍ତି l ବରିଷ୍ଠ ସାଧନ କର୍ମୀ ଭାବେ ଜୟ ସେଠି, ସୁମନ୍ତ ପ୍ରଧାନ, ଇତିରଞ୍ଜନ ମହାପାତ୍ର ଓ ଗୌରହରି ପୋଲାଈ ଓ ସି ଆର ସି ସି ସିଦ୍ଧାର୍ଥ ପାତ୍ର ତାଲିମ କାର୍ଯ୍ୟକ୍ରମ କୁ ପରିଚାଳିତ କରିଥିଲେ l ସାଧନ ସମ୍ବଳ କର୍ମୀ ଶ୍ରୀ ପ୍ରକାଶ କୁମାର ସାହୁ ଓ ସୁମନ୍ତ ପ୍ରଧାନ କାର୍ଯ୍ୟକ୍ରମ ରେ ପ୍ରମୁଖ ସହଯୋଗ ରେ ଶିକ୍ଷକ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି ।

