
୨୨ ଫେବୃଆରୀ ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ସୁନ୍ଦରଡ଼ାଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ୍ୟମୁଖି ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ସୁନ୍ଦରଡ଼ାଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ଗ୍ରାମ୍ୟମୁଖି ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସମେତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ରୋମାଞ୍ଚଳ ଖମାରି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର,ନୂଆଗଡ ବ୍ଲକ ଦାୟିତ୍ୱରେ ଥିବା ଗୁମ୍ମା ବିଡିଓ ଅନୁପ ଅଭିଷେକ ବେହେରା, ଅଧ୍ୟକ୍ଷା ମାଳତୀ ପ୍ରଧାନ,ଉପାଧ୍ୟକ୍ଷ ନିହିମିୟା ରଇତଙ୍କ ସମେତ ଜିଲ୍ଲା ଏବଂ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଆସିଥିବା ଅତିଥି ମାନଙ୍କୁ ପଞ୍ଚାୟତ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଅଧିକାରୀ ଗଣ ଶିବିରରେ ପହଞ୍ଚିବା ପରେ ବିଭିନ୍ନ ସମସ୍ୟାର ଘଟଣାସ୍ଥଳରେ ହିଁ ଲୋକଙ୍କ ଅଭିଯୋଗର ଶୁଣାଣି କରି ତ୍ୱରିତ ସମାଧାନ କରିଛି ଜିଲ୍ଲା ପ୍ରଶାସନ । ଏହି ଅଭିଯୋଗ ଶୁଣାଣିରେ ବ୍ଳକର ବିଭିନ୍ନ ପଞ୍ଚାୟତରୁ ମୋଟ ୫୯ଟି ଅଭିଯୋଗ ତ୍ଵରିତ ସମାଧାନ ପାଇଁ ପଞ୍ଜିକୃତ ହୋଇଥିଲା, ସେଥିମଧ୍ୟରୁ ୪୦ ଟି ଅଭିଯୋଗ ଗୋଷ୍ଠୀଗତ ହୋଇଥିବା ବେଳେ ୧୯ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ରହିଥିଲା । ଆଜିର ଏହି ଜନ ଶୁଣାଣିରେ ମୁଖ୍ୟତଃ ବ୍ଲକର ପଞ୍ଚାୟତ ମାନଙ୍କରେ , ସ୍ୱାସ୍ଥ୍ୟ ସେବା , ଆବାସ ଯୋଜନା, ଭତ୍ତା ସମସ୍ୟା ,ରାସ୍ତା ଘାଟ,ପାନୀୟ ଜଳ ଭଳି ଅନେକ ସମସ୍ୟା ରହିଥିବା ଜଣାପଡିଛି । ପରବର୍ତ୍ତୀ ସମୟରେତହସିଲ ସୂଚନାଅନୁଯାୟୀ ପ୍ରଶାସନ ପକ୍ଷରୁ ୧୨ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ୫ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ ରେଡକ୍ରସ ରୁ ୫ଜଣଙ୍କୁ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜଣକୁ ସହାୟତା ପ୍ରଦାନ କରାଯାଇଥିଲା ଜିଲ୍ଲାପାଳ ସେଠାରେ ଲାଗିଥିବା ବିଭିନ୍ନ ଷ୍ଟଲ ଗୁଡିକ ବୁଲି ଦେଖିଥିବା ବେଳେ ,କାର୍ଯ୍ୟକ୍ରମକୁ ନୂଆଗଡ଼ ବ୍ଲକ ପ୍ରଶାସନ ପରିଚାଳନା କରିଥିବା ସୂଚନା ମିଳିଛି ।

