Home ଓଡ଼ିଶା ପାରଳାଖେମୁଣ୍ଡି ଠାରେ ”ଏକବିଂଶ ଶତାବ୍ଦୀର ରେବତୀ” ଗଳ୍ପ ସଂକଳନ ପୁସ୍ତକ ପାଠକାର୍ପିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୧ଫେବୃଆରୀ ,ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସଭାଗୃହ ଠାରେ ଯୁବ-ପ୍ରତିଭା ସଂଗଠନ ପକ୍ଷରୁ ଗାଳ୍ପିକ ନରସିଂହ ପଟ୍ଟନାୟକଙ୍କ ଗଳ୍ପ ସଙ୍କଳନ ପୁସ୍ତକ “ଏକବିଂଶ ଶତାବ୍ଦୀର ରେବତୀ ” ଏକ ବର୍ଣ୍ଣାଢ଼୍ୟପୂର୍ଣ୍ଣ କାର୍ଯ୍ୟକ୍ରମ ମଧ୍ୟରେ ପାଠକାର୍ପିତ ଓ ହୋଇଯାଇଛି । ଅନୁଷ୍ଠିତ ପାଠକାର୍ପିତ ତଥା ସାରସ୍ବତ ସଭା କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଗଳ୍ପ ସଙ୍କଳନ ପୁସ୍ତକ “ଏକବିଂଶ ଶତାବ୍ଦୀର ରେବତୀ” ର ଶୁଭ ଉନ୍ମୋଚନ କରି ପାଠକାର୍ପିତ କରିଥିଲେ । ପରେ ଉନ୍ମୋଚକ ଉପାନ୍ତ ପ୍ରହରୀ ଶ୍ରୀ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାରସ୍ବତ ସଭା କାର୍ଯ୍ୟକ୍ରମରେ ସମୀକ୍ଷକ ଭାବେ ନବରଙ୍ଗ ପୂର ଠାରେ ପ୍ରକାଶ ପାଉଥିବା “ସୀମାନ୍ତ” ମ୍ୟାଗାଜିନର ପ୍ରତିଷ୍ଠାତା ସମ୍ପାଦକ ଗାଳ୍ପିକ ଶ୍ରୀ ଅଶୋକ କୁମାର ପଟ୍ଟନାୟକ ଏବଂ ପାରଳା ସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁ ପ୍ରମୁଖ ଯୋଗ ଦେଇ ୧୨୫ ବର୍ଷ ପୂର୍ବେ କଥା ସମ୍ରାଟ ଫକୀର ମୋହନ ସେନାପତିଙ୍କ ପ୍ରକାଶିତ ଓଡ଼ିଆ ସାହିତ୍ୟର କ୍ଷୁଦ୍ର-ଗଳ୍ପ “ରେବତୀ” ଏବଂ ଏକବିଂଶ ଶତାବ୍ଦୀର ରେବତୀ ଗଳ୍ପ ସଙ୍କଳନରେ ରହିଥିବା ଭିନ୍ନ-ଭିନ୍ନତା ଉପରେ ଆଲୋକପାତ କରିଥିଲେମୁଖ୍ୟତଃ ତତକାଳୀନ କୁସଂସ୍କାର ଓ ଅନ୍ଧବିଶ୍ୱାସ ମଧ୍ୟରେ ନାରୀ-ଶିକ୍ଷାର ଯେଉଁ ପ୍ରୟାସ ବାସ୍ତବରେ ତାହା ରେବତୀ ଜୀବନରେ କିଭଳି ଥିଲା ଏବଂ ଦୀର୍ଘ ୧୨୦ ବର୍ଷ ଅତିକ୍ରାନ୍ତ ପରେ ବର୍ତ୍ତମାନ ସେହି କୁସଂସ୍କାର ଓ ଅନ୍ଧବିଶ୍ୱାସ ମଧ୍ୟରେ ନାରୀଶିକ୍ଷାର ସ୍ଥିତି କିଭଳି ରହିଛି ତାର ବାସ୍ତବତା ଓ ସମାଜରେ ଘଟୁଥିବା ସତ୍ୟ ପ୍ରତୀକାତ୍ମକ ସୃଜନକୁ ନେଇ ଗଳ୍ପ ସଙ୍କଳନରେ ଯେଉଁ ଯଥାସାଧ୍ୟ ଓ ସାମାନ୍ୟତମ ପରିବର୍ତ୍ତନର ସତ୍ୟ ଝଲକ୍ ଘଟଣାକୁ ନେଇ ଲିଖନ ମାଧ୍ୟମରେ ଉପସ୍ଥାପନା କରାଯାଇଛି ଅନ୍ୟପକ୍ଷରେ ଆଜିର ସଭ୍ୟତା ଯୁଗରେ ନାରୀ ଶିକ୍ଷା ବୃଦ୍ଧି ପାଇବା’ରେ ଲାଗିଥିଲେ ହେଁ ତଥାପି ସାମାଜିକ ଆହ୍ବାନର ସମ୍ମୁଖୀନ ହେବା ପାଇଁ ସମାନତା ତଥାପି କଳଙ୍କିତ ହୋଇଥିବା ପ୍ରଭୃତି ଅତି ସୁନ୍ଦର ଭାବେ ଦର୍ଶାଯାଇଛି ବୋଲି କହିଥିଲେ ଏଥିରେ ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଗାଳ୍ପିକ ଶ୍ରୀ ବୁଲୁ ହୋତା ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ତଥା ଗାଳ୍ପିକ ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ଯୋଗଦେଇ ମହିଳା ସମାଜ ପ୍ରତି ବର୍ତ୍ତମାନ ସମାଜରେ ଦେଖା ଦେଉଥିବା ଭିନ୍ନତା ଓ ଭେଦଭାବ ତତକାଳୀନ କ୍ଷୁଦ୍ରଗଳ୍ପ “ରେବତୀ” ଓ ବର୍ତ୍ତମାନର ଗଳ୍ପ ସଂକଳନ “ରେବତୀ ” ଉପରେ ବିସ୍ତୃତ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ” ଊନବିଂଶ ଶତାବ୍ଦୀର ରେବତୀ” ଗଳ୍ପ ସଂକଳନ ପୁସ୍ତକର ଲେଖକ ଗାଳ୍ପିକ ନରସିଂହ ପଟ୍ଟନାୟକ ମଞ୍ଚାସିନ ରହି ନୂତନ ପାଠ ତିଆରି କରିବାର ଉଦ୍ୟମତା ନେଇ କଥା ସମ୍ରାଟ ଫକୀର ମୋହନ ସେନାପତିଙ୍କ ୧୨୦ ବର୍ଷ ପୂର୍ବର କ୍ଷୁଦ୍ର ଗଳ୍ପରେ ରେବତୀ ସ୍ଥିତି ଏବଂ ବର୍ତ୍ତମାନ ଏକବିଂଶ ଶତାବ୍ଦୀର ରେବତୀର ସ୍ଥିତି କିଭଳି ରହିଛି ତାର ବାସ୍ତବ ଚିତ୍ର ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ମନୋଜ କୁମାର ପାଢ଼ୀ ଅତିଥି ଆବାହନ କରିଥିବା ବେଳେ ଶ୍ରୀ ପ୍ରମୋଦ ଚନ୍ଦ୍ର ପଣ୍ଡା ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପରବର୍ତ୍ତି ଅନୁଷ୍ଠିତ “କବିତା ପାଠୋତ୍ସବ” କାର୍ଯ୍ୟକ୍ରମ କବି ଜୟକୃଷ୍ଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କବି କବୟିତ୍ରୀ ଯୋଗ ଦେଇ ନିଜର ସ୍ଵ ଲିଖିତ କବିତା ଗୁଡ଼ିକ ବିଭିନ୍ନ ଶୈଳୀରେ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ କବି ଶ୍ରୀ କପିଳ ଚନ୍ଦ୍ର ମହାନ୍ତି(ବ୍ରହ୍ମପୁର) ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ କବିତା ଓ କବିତା ପାଠ ଉପରେ ସଂଯୋଜନା କରିଥିଲେ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର ଏବଂ ଜୟପୁର ଆକାଶବାଣୀ ସଂଯୋଜିକା ଶ୍ରୀମତୀ ଦେବୀରାଣୀ ନନ୍ଦ ଏହି ସମସ୍ତ କାର୍ଯ୍ୟକ୍ରମରେ ପାରଖେମୁଣ୍ଡି ସହରର ପ୍ରଗତି ମହିଳା ସଂଗଠନ ର ସମ୍ପାଦିକା ତନୁଜା ଶତପଥୀ, ସାମ୍ବାଦିକ ଭାଗବତ ପାଢ଼ୀ ସମେତ ବହୁ ଲେଖକ-ଲେଖିକା , କବି-କବୟିତ୍ରୀ , ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ଶେଷରେ ଗାଳ୍ପିକ ଶ୍ରୀ ନରସିଂହ ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ମୂରଲୀଧର ପରିଚ୍ଛା ପା ରଇଚାଲାନା ଓ ସହଯୋଗ କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ରକ୍ତ ପରୀକ୍ଷା ରୋଗୀଙ୍କୁ ହୀନସ୍ତା ହେବାକୁ ପଡୁଛି by Proprietor Abhimanyu Maharana August 26, 2026 ଯୁବ ରେଡକ୍ରସ୍ ପକ୍ଷରୁ ଜିଲ୍ଲା ସ୍ତରୀୟ ଅନ୍ଧବିଶ୍ୱାସ, କୁ-ସଂସ୍କାର ଦୂରିକରଣ କୁ ନେଇ ସଚେତନତା ଶିବିର by Proprietor Abhimanyu Maharana August 26, 2026 "ବିକଶିତ କନ୍ଧମାଳ-ଦାଦନମୁକ୍ତ କନ୍ଧମାଳ" ପାଇଁ ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଆପ୍ ଉନ୍ମୋଚନ by Proprietor Abhimanyu Maharana August 26, 2026 ଯନ୍ତ୍ରୀ ନିଷ୍କ୍ରିୟ,ଠିକାଦାର ବେଫିକର୍ : କେନାଲ ସଫାକୁ ୨ ମାସ ପୁରିଲା - ରାସ୍ତାକଡରୁ ହଟୁନି କୁଢ଼ କୁଢ଼ ଅଳିଆ by Proprietor Abhimanyu Maharana August 26, 2026 ଉତ୍କଳ ସଂସ୍କୃତି ବିସ୍ୱବିଦ୍ୟାଳୟରେ ପି. ଏଚ. ଡି. ଏଣ୍ଟରାନ୍ସରେ ମହାଦୁର୍ନୀତି by Proprietor Abhimanyu Maharana August 26, 2026 ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଘରୋଇକରଣ ପ୍ରସଙ୍ଗ ରାଜ୍ୟର ସମ୍ପଦ ଲୁଟ ହେଉଥିବା ବେଳେ ପାଟି ଖୋଲୁନି ରାଜ୍ୟ ସରକାର : ବିଜେଡି by Proprietor Abhimanyu Maharana August 26, 2026