Home ଅପରାଧ ବିଡମ୍ବନା :- ଶିକ୍ଷା ମନ୍ତ୍ରୀ ଜିଲ୍ଲା ରେ ସମୀକ୍ଷା କରୁଥିବା ସମୟ ସ୍କୁଲ ରେ ଝୁଲୁଛି ତାଲା : ଶିକ୍ଷକଙ୍କ ଖାତିର ନାହିଁ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୦ ଫେବୃଆରୀ,ସୋମବାର (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଦିଗହରା ହୋଇଥିବା ବେଳେ ସୋମବାର ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ମନ୍ତ୍ରୀ ଦିନିକିଆ ଜିଲ୍ଲା ଗ୍ରସ୍ତ ରେ ଆସି ଶିକ୍ଷା ସମ୍ପର୍କ ରେ ସମୀକ୍ଷା କରିଛନ୍ତି । ଜିଲ୍ଲା ର ସମସ୍ତ ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଶିକ୍ଷା ର ମାନ ବୃଦ୍ଧି ଉପରେ ଆଲୋଚନା କରିଥିବା ବେଳେ କିଛି ସ୍କୁଲ କୁ ଯାଇ ସୋମବାର ଠାରୁ ଆରମ୍ଭ ହୋଇଥିବା ୯ମ ଶ୍ରେଣୀ ପରୀକ୍ଷା ବୁଲି ଦେଖିବା ସହ ପିଲାଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ମନ୍ତ୍ରୀ ଜିଲ୍ଲା ରେ ଶିକ୍ଷାବିଭାଗର ସମୀକ୍ଷା କରୁଥିଲେ ମଧ୍ୟ ଶିକ୍ଷକଙ୍କ ଖାତିର ନଥିବା ଭଳି ଦେଖିବାକୁ ମିଳିଛି। ତୁମୁଡ଼ିବନ୍ଧ ଓ ରାଇକିଆ ବ୍ଲକ ରେ ଦୀର୍ଘଦିନ ହେବ ବ୍ଲକ ଶିକ୍ଷାଧିକାରୀ ପଦବୀ ଖାଲି ପଡ଼ିଥିବା ବେଳେ ଶିକ୍ଷକ ମାନେ ଠିକ ଭାବେ ସ୍କୁଲ ଯାଉନଥିବା ବେଳେ ଆଜି ମଧ୍ୟ ସ୍କୁଲ ନ ଯାଇ ବୁଲୁଥିବାର ଦେଖିବାକୁ ମିଳିଥିଲା। ସେହିଭଳି କ.ନୂଆଗାଁ ବ୍ଲକ ର ଜିରିଡିକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡବମାହା ପ୍ରାଥମିକ ବିଦ୍ୟାଳୟ ରେ ତାଲା ଝୁଲୁଛି। ଯାହା ବିଡମ୍ବନା ର ବିଷୟ। ସ୍କୁଲ୍ ରେ ତାଲା ଝୁଲୁ ଥିବା ସଂପର୍କ ରେ କ.ନୂଆଗାଁ ଶିକ୍ଷାଧିକାରୀ ପ୍ରମୋଦ ମଲ୍ଲିକ କହିଛନ୍ତି ଅଭିଯୋଗ ର ତଦନ୍ତ ହେବ । ଜିଲ୍ଲାରେ ଜିଲ୍ଲାପାଳ ଶିକ୍ଷା ର ମାନ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ବ୍ଲକ ସ୍ତରରେ ଥିବା ବ୍ଲକ ଶିକ୍ଷାଧିକାରୀ ଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଶିକ୍ଷାଧିକାରୀ ଓ ସି ଆର ସି ସି ମାନେ ଠିକ ଭାବେ ପରିଦର୍ଶନ କରୁନଥିବା ବେଳେ ଲାଭ ଖୋର ମନୋବୃତ୍ତି ଯୋଗୁଁ ଶିକ୍ଷା ର ମାନ ଧୀରେ ଧୀରେ କମୁଥିବା ବୁଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି। ଜିଲ୍ଲାର ଶିକ୍ଷା ବିଭାଗ ରେ ଖାଲି ଥିବା ପଦବୀ ପୂରଣ ଓ ଶିକ୍ଷା ବିଭାଗ ରେ ଥିବା ଲାଭ ଖୋର ମନୋବୃତ୍ତି ଥିବା ଅଧିକାରୀଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି। Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ସୃଷ୍ଟି ଏକାଡେମୀରେ ‘ଉତ୍କର୍ଷ ୨.୦ ଇଣ୍ଡଷ୍ଟ୍ରି କନକ୍ଲେଭ୍ ଶିଳ୍ପଜଗତ ସହ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ଭବିଷ୍ୟତମୁଖୀ ପରିଚାଳନା ଗଢ଼ିବା ଉପରେ ଗୁରୁତ୍ୱ by Proprietor Abhimanyu Maharana September 29, 2026 ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଫଟୋ ଓ ଭିଡିଓ ବାଣିଜ୍ୟ ମେଳାରେ କନ୍ଧମାଳର ଦୁଇ ପ୍ରତିଭାଙ୍କୁ ସମ୍ମାନ by Proprietor Abhimanyu Maharana September 29, 2026 କ୍ରୀଡ଼ା ପ୍ରତିଭାକୁ ସମ୍ମାନ, ବାଲିଗୁଡ଼ା କ୍ରୀଡ଼ା ସଂଘର ନିଆରା ପଦକ୍ଷେପ : ପ୍ରତିଯୋଗୀ ଙ୍କୁ ସମ୍ମାନିତ by Proprietor Abhimanyu Maharana September 29, 2026 ଶତାୟୁ ଜଳଧର ଙ୍କ ସ୍ମୃତି ଚାରଣ ଓ ସ୍ମରଣିକା ଉନ୍ମୋଚନ by Proprietor Abhimanyu Maharana September 29, 2026 ପୁରୀ ଜିଲା କଂଗ୍ରେସ ପକ୍ଷରୁ ମୁଖ୍ଯ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ by Proprietor Abhimanyu Maharana September 29, 2026 ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026