ବେଲପଡା ଥାନାରେ ଆମ ପୁଲିସ ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ

୧୯ ଫେବୃଆରୀ ,ରବିବାର (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ପରିସରରେ ଆମ ପୁଲିସ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଥାନା ଅଧିକାରୀ ବୁଳୁ ମୁଣ୍ଡା ଙ୍କ ଅଧକ୍ଷତାରେ ରେ ଅନୁଷ୍ଠିତ ଉକ୍ତ ବୈଠକରେ ଆମ ପୁଲିସ ର ଲକ୍ଷ ଏବଂ ଉଦେଶ୍ୟ ବିଷୟରେ ଆଇ.ଆଇ.ସି ଅବଗତ କରିଥିଲେ । କେମିତି ଅଚଂଳରେ ଆଇନ ସୃଙ୍ଖଲା ପରିସ୍ଥିତି ଭଲ ରହିବ ,କଣ କଲେ ଲୋକ ମାନଙ୍କର ଉପକାର ହେବ ସେନେଇ ଶ୍ରୀ ମୁଣ୍ଡା କର୍ମକର୍ତ୍ତା ଙ୍କ ମତାମତ ଲୋଡିଥିଲେ ।ପରେ ବେଲପଡା ଡାକ୍ତରଖାନାରେ ଶବ ବାହାକ ଗାଡିଟିଏ ନଥିବାରୁ ବହୁ ଲୋକ ହଇରାଣ ହରକତହେଉଥୁବାରୁ ଏହାର କେମିତି ସ୍ଥାୟୀ ସମାଧାନ ହେବ ସେନେଇ ଆମ ପୁଲିସ ସମିତିର କର୍ମକର୍ତ୍ତା ଙ୍କୁ ଅନୁରୋଧ କରିଥିଲେ । ଉକ୍ତ ବୈଠକରେ ବେଳପଡା ସରପଚଂ ହରିଶ ବୁଡେକ ,ସମ୍ବାଦିକ କରୁଣାକର ବୁଡେକ ,ମଣ୍ଡଳ ସରପଞ୍ଚ ସରୋଜ ସେଠ ,ଲଙ୍କେଶ୍ୱର ମେହେର, ସଂଜୟ ଶର୍ମା, ମୁକେଶ କୁମାର ଠାକୁର, ଜଗନ୍ନାଥ ବାରିକ, ଯୁବରାଜ ପୁଟେଲ, ଡେଳାମଣି ସାହୁ, ଜଗବନ୍ଧୁ ବେହେରା, ଦେବାଚନ ମାଝି,ଲକ୍ଷିନ୍ଦ୍ର ପୁଟା,କିସାନ ରଣା ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ଆଗାମି ଦିନରେ ବିଭିନ୍ନ ଜନ ହିତକାରୀ କାର୍ଯ୍ୟ ଗୁଡିକ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା ।

Exit mobile version