ମାର୍ଚ୍ଚ ୫ରେ ଅରିଲୋ ଦୋଳମେଲଣ ପାଇଁ ଶାନ୍ତି କମିଟି ବୈଠକ

୧୯ ଫେବୃଆରୀ ,ରବିବାର (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :-କଟକ ସଦର ଥାନା ଅନ୍ତର୍ଗତ ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତର, ଅରିଲୋ ଗ୍ରାମରେ ଥିବା ଶ୍ରୀ ଜନାର୍ଦ୍ଦନ ଦେବଙ୍କ ପ୍ରସିଦ୍ଧ ଅରିଲୋ ମେଲଣ ଅନୁଷ୍ଠିତ ହେବ । ଏହି ପୁରାତନ ଦୋଳମେଳନରେ ୬୦ରୁ ଉର୍ଦ୍ଧ୍ବ ଦୋଳ ବିମାନ ମେଳଣରେ ଯୋଗ ଦେଇଥାନ୍ତି । ଚଳିତ ବର୍ଷ ମେଳଣକୁ ପରିଚାଳନା କରିବା ପାଇଁ , ରବିବାର ଦିନ ଜନାର୍ଦ୍ଦନଙ୍କ ପୀଠରେ ଶାନ୍ତି କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆମଣ ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଯୁଧିଷ୍ଟିର ଭୋଳ ଅଧ୍ୟକ୍ଷତା କରିଥିଲେ ।ଏଥିରେ କଟକ ସଦର ଥାନାର ଆଇଆଇସି ରଶ୍ମୀ ରଞ୍ଜନ ମହାପାତ୍ର,ଏ ସି ପି ଚନ୍ଦନ ଘଡାଇଙ୍କ ସମେତ, ଆଖପାଖ ୪୦ ରୁ ୫୦ ଗ୍ରାମର ଦୋଳବିମାନ ଗୁଡିକର ମାର୍ଫତଦାର ଓ ମହନ୍ତ ମାନେ ଯୋଗ ଦେଇଥିଲେ । ଚଳିତ ବର୍ଷ ଏହି ମେଳଣରେ କେବଳ ପାରମ୍ପରିକ ବାଦ୍ୟ ପରିବେଷଣ, ରାସ୍ତାରେ ଆଲୋକ କରଣ, ବାଣ ଓ ମିନା ବଜାର କରିବା ପାଇଁ ଅନୁମତି ଦିଆଯାଇଛି । ଏହି ଅବସରରେ ଆରିଲୋ ମେଲଣ ସାରସ୍ଵତ କମିଟି ପକ୍ଷରୁ, ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ ବୈଠକରେ ଆଖ ପାଖ ଅଞ୍ଚଳରୁ ଶତାଧିକ ଦୋଳ କମିଟିର ସଦସ୍ୟ, ମାର୍ଫତଦାର ଓ ମହନ୍ତ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Exit mobile version