ଜୟ ପ୍ରଭୁ ନୃସିଂହନାଥ
ପ୍ରିୟ ଭାଇ ଓ ଭଉଣୀମାନେ
ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର ।
୧୯ ଫେବୃଆରୀ ,ରବିବାର (ଓଡ଼ିଶା ତାଜାନ୍ୟୁଜ ) ପଦ୍ମପୁର ନିର୍ବାଚନ ମଣ୍ଡଳୀ :- ଆଜି ପୁଣି ଥରେ ଝାରବନ୍ଧ/ପଦ୍ମପୁର/ପାଇକମାଳ ଆସି ମୁଁ ବହୁତ ଖୁସି । ଗତବର୍ଷ ଡିସେମ୍ବର ମାସରେ ମୁଁ ଆପଣମାନଙ୍କୁ ଭେଟିଥିଲି। ଆପଣମାନଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋତେ ଅଭିଭୂତ କରିଛି । ଏଥିପାଇଁ ମୁଁ ସବୁବେଳେ ଆପଣମାନଙ୍କ ନିକଟରେ ଋଣୀ । ଆଜିର ଏହି ସଭାରେ ଆମର ମା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି । ମିଶନ ଶକ୍ତିରେ ସେମାନେ ବହୁତ ଭଲ କାମ କରୁଛନ୍ତି । ଆଜି ଏଠାରେ ମା ମାନଙ୍କ ପାଇଁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି । ମୋର ଆଶା ଆପଣମାନେ ଏହି ଟଙ୍କାରେ ଭଲ ଉଦ୍ୟୋଗୀ ହୋଇ ସୁନାମ କରିବେ। ଗତ ଥର ମୁଁ ପଦ୍ମପୁର Constituency ପାଇଁ କିଛି ଘୋଷଣା କରିଥିଲି । ସେଥିରୁ ପାଇକମାଳ Primary Health Centerକୁ Community Health Center କରାଯାଇଛି । ଚକ୍ରଧର ଡ୍ୟାମ କାମ ଆରମ୍ଭ ହୋଇସାରିଛି । ୧୩୩/୧୧ କେଭି Substation ପାଇଁ ଜମି identify ହୋଇସାରିଛି । ମୁଁ କଥା ନୁହେଁ, କାମରେ ବିଶ୍ବାସ କରେ । ଗତ ଡିସେମ୍ବରରେ ପଦ୍ମପୁର ଜିଲ୍ଲା ବିଷୟ ମୁଁ ଘୋଷଣା କରିଥିଲି । ଏହା ଏକ ବର୍ଷ ମଧ୍ୟରେ ନିଶ୍ଚୟ କରାଯିବ । ବାକି ସବୁ କାମ ସମୟ ଭିତରେ କରାଯିବ । ଆପଣ ମାନେ ଜାଣନ୍ତି ଗତ ଉପ ନିର୍ବାଚନ ସମୟରେ ଦିଲ୍ଲୀ ରୁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ମାନେ ପଦ୍ମପୁର ଆସିଥିଲେ. ଏବଂ ଆପଣମାନଙ୍କୁ paddy procurement ,crop insurance ,RAILWAYS କେନ୍ଦୁ ପତ୍ର GST ଆଦି ବିଷୟରେ ଅନେକ ପ୍ରତିଶ୍ରୁତି ଦେଇଥିଲେ .
ପ୍ରଭୁ ନୃସିଂହନାଥ ଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା ଯେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ସେମାନଙ୍କ ପ୍ରତିଶ୍ରୁତି ବିଷୟ ରେ ପ୍ରଭୁ ଟିକେ ମନେ ପକାଇ ଦିଅନ୍ତୁ . ଆପଣଙ୍କ ଅଞ୍ଚଳର ବିକାଶ ପାଇଁ ମୁଁ ୬୪ କୋଟି ଟଙ୍କା ମଂଜୁର କରିଛି। ଗତ by-election ସମୟରେ ଆପଣମାନେ ମୋତେ ଭେଟିଥିଲେ । ପ୍ରତି ପଞ୍ଚାୟତ, ପ୍ରତି NAC ଏ ପ୍ରତି ୱାର୍ଡର ବିକାଶ ପାଇଁ ଆପଣମାନେ ମୋତେ proposal ଦେଇଥିଲେ । ମୁଁ ଖୁସି ଯେ ସେହି proposalକୁ ଭିତ୍ତିକରି ଏ ଟଙ୍କା sanction କରାଯାଇଛି । ଲୋକଙ୍କ proposalକୁ ଭିତ୍ତିକରି ଟଙ୍କା sanction କରାଯିବା, ଓଡିଶା ଇତିହାସରେ ପ୍ରଥମ।ମୋର ପୁରା ବିଶ୍ବାସ ଏ ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏହା ସହାୟକ ହେବ । ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଝାରବନ୍ଧ ବ୍ଲକ ଗସ୍ତ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭlରମ୍ଭ ଓ ମିଶନ ଶକ୍ତି ମା ମାନଙ୍କୁ ବିନା ସୁଧ ରେ ଋଣ ପ୍ରଦାନ କାର୍ଯ୍ୟକ୍ରମ ରେ ଯୋଗଦେଲେ ମାନ୍ୟବର ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ।
