
୧୯ ଫେବୃଆରୀ ,ରବିବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଗଜପତି ଜିଲ୍ଲା ତରଫରୁ ଘୋଷ ଦିବସ ଅବସରରେ ଘୋଷ ବାଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଳକ ରାମଗିରି ଗ୍ରାମର ଶ୍ରୀରାମେଶ୍ବର ମନ୍ଦିର ପରିସରରେ ସଂଘ ତରଫରୁ ଘୋଷ ବାଦନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟବାହ ଅମୂଲ୍ୟ କୁମାର ପାତ୍ର, ଜିଲ୍ଲା ଶାରାରିକ ପ୍ରମୁଖ ରବିନ୍ଦ୍ର ଭୂୟାଁ, ଆର.ଉଦୟଗିରି ଖଣ୍ଡ କାର୍ଯ୍ୟବାହ ବୃନ୍ଦବନ ପ୍ରଧାନ, ଖଣ୍ଡ ବୌଦ୍ଧିକ ପଶିକ୍ଷଣ ଲୋକନାଥ ଦଣ୍ଡସେନା, ଖଣ୍ଡ ସମ୍ପର୍କ ବିଶ୍ବନାଥ ନାୟକ, ରାୟଗଡା ଖଣ୍ଡ କାର୍ଯ୍ୟବାହ ମାର୍କଣ୍ଡ ନାୟକ, ଗୁମ୍ମା ଖଣ୍ଡ କାର୍ଯ୍ୟବାହ ପ୍ରଭାକର ରାଘସ ଏବଂ ରାମଗିରି ଅଞ୍ଚଳର ସମସ୍ତ ସ୍ବୟଂ ସେବକ ଯୋଗଦେଇଥିଲେ ।

