୧୮ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ ଗଜପତି :- ଦୀର୍ଘ ତିନି ବର୍ଷ ପରେ ପବିତ୍ର ମହେନ୍ଦ୍ରଗିରି ଠାରେ ମହାଶିବରାତ୍ର ଉତ୍ସବ ଧୁମ୍ ଧାମରେ ପାଳନ ହୋଇଯାଇଛି । ପରମ୍ପରା ଅନୁଯାୟୀ ଏହିବର୍ଷ ମହେନ୍ଦ୍ରଗିରି ଉତ୍ସବ ମହାଶିବାତ୍ରି ର ପୂର୍ବ ଦିନ ତଥା ଶୁକ୍ରବାର ରେ ଅନୁଷ୍ଠିତ ହୋଇଯାଇଛି । ଗଂଜାମ,ଗଜପତି, ରାୟଗଡ଼ ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶର ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ ହୋଇଥିଲା । ଗଞ୍ଜାମ ଜିଲ୍ଲା ପଟୁ ଆସୁଥିବା ତୁମ୍ବା ଠାରୁ ବୁରୋଖତ ଯାଏ ଓ ଗଜପତି ପଟୁ ଆସୁଥିବା ଲୋକେ କୋଇଁପୁର ଠାରୁ ବୁରୋଖତ ଯାଏ ଯେ କୌଣସି ଗାଡ଼ି ଆଦିରେ ଆସିଥାନ୍ତି । ବୁରୋଖତ ଠାରୁ ମହେନ୍ଦ୍ରଗିରି ଶିଖର କୁ ଦୀର୍ଘ ୭ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଯିବାକୁ ପଡ଼ିଥାଏ ।
ଉକ୍ତ ୭ କିଲୋମିଟର ରାସ୍ତା ପକ୍କା ରାସ୍ତା ନିର୍ମାଣ ହୋଇ ଥିଲେ ମଧ୍ଯ ବୁଲାଣି ଓ ଘାଟି ରାସ୍ତା ଯୋଗୁଁ ହଜାର ହଜାର ଭକ୍ତ ଙ୍କ ସମାଗମ ହେଉଥିବା ବେଳେ ଖାଲି ସରକାରୀ କାର୍ଯ୍ୟ ରେ ନୀୟଜିତ୍ ଗାଡ଼ିକୁ ହିଁ ଯିବା ଆସିବା କରିବାପାଇଁ ଅନୁମତି ରହି ଥିଲା । ଶାନ୍ତିସୁରକ୍ଷା ପାଇଁ ବୁରୋଖତ ଠାରେ ପୁଲିସ କ୍ୟାମ୍ପ କରି ଜଗି ଥିଲା । ମହେନ୍ଦ୍ରଗିରି ଉତ୍ସବ ପାଇଁ ପୁର୍ବ ପ୍ରସ୍ତୁତି ଅନୁଯାୟୀ ପାନୀୟ ଜଳ, ରାସ୍ତା ଓ ମନ୍ଦିର ଗୁଡିକରେ ଆଲୋକ ପାଇଁ ଲାଇଟ ର ବ୍ୟବସ୍ଥା ଅନ୍ୟାନ୍ୟ କାର୍ଯ୍ୟ ସକାଶେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ସବ୍ କଲେକ୍ଟର ଆଲୋକ ରଂଜନ ଓ ରାୟଗଡ଼ ବ୍ଳକ ବିଡିଓ ରାଜା ରଂଜିତ ପ୍ରତାପ ବଳ, ତହସିଲଦାର ଲୀଳାବତୀ ଆଚାର୍ଜୀ ଓ ଅଧିକାରୀ ମାନେ ଉପସ୍ଥିତ ରହି ଭକ୍ତ ମନ୍ଦିର ଦର୍ଶନ ସକାଶେ ସମସ୍ତ ବ୍ୟବସ୍ଥା କରିଥିଲେ । କୁନ୍ତି, ଯୁଧିଷ୍ଟିର ଓ ଭୀମ, ଅର୍ଜୁନ ମନ୍ଦିର ଦର୍ଶନ ପାଇଁ ଟିକେଟ ବିକ୍ରି କରି ଧାଡ଼ିରେ ଭକ୍ତମାନେ ଆସି ଦର୍ଶନ କରିବା ପାଇଁ ବ୍ୟବସ୍ଥା କରଯାଇଥିଲା । ମନ୍ଦିର ଦର୍ଶନ ଓ ପାହାଡ ଉପରେ ଭକ୍ତଙ୍କ ରାତ୍ରି ରହିବା ପାଇଁ ଜେନେରେଟର ଲଗାଇ ଲାଇଟ ର ବ୍ୟବସ୍ଥା କରଯାଇଥିଲା । ଏଠାକାର ସୂର୍ଯ୍ୟ ଉଦୟ ଦୃଶ୍ୟ ଏକ ନିଆରା । ସୂର୍ଯ୍ୟ ଉଦୟ ଦୃଶ୍ୟ ଦେଖିବାକୁ ହଜାର ହଜାର ଭକ୍ତ ଭୋରୋରୁ ଜଗି ବସିଥାନ୍ତି ।

