ଜେନେରେଟର ଧୁଆଁ ରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ : ଜଣେ ଗୁରୁତର

୧୮ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି  :- ଘଟଣା ଟି ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବେତାର ସିଂ ଗ୍ରାମରେ । ମୃତକ ମାନେ ହେଲେ ବେତାରସିଂ ଗ୍ରାମର ଗଣେଶ ନାୟକ (୧୮) ଓ ଅମ୍ବିକା ନାୟକ(୧୨) ।  ଝୁମୁରି ନାୟକ( ୭ )ଗୁରୁତର ଭାବେ ଅସୁସ୍ଥ । ଚନ୍ଦ୍ରଗିରି ଗୋଷ୍ଠୀ ସ‌୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି । ବେତାର ସିଂ ଗ୍ରାମରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ରାତିରେ ଗ୍ରାମରେ ବିଦ୍ୟୁତ ନଥିବା ହେତୁ ଜେନେରେଟର ଲଗାଇ ନାଚଗୀତ କରୁଥିଲେ ।ତେବେ ରାତି ସମୟରେ ଏକ ଶୋଇଥିବା ଘରେ ଜେନେରେଟର କୁ ଲଗାଇ ରଖିବା ଦ୍ବାରା ଧୁଆଁ ରେ ଶ୍ଵାସରୁଦ୍ଧ ହୋଇ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଚନ୍ଦ୍ରଗିରି ପୋଲିସ ପହଞ୍ଚି ଶବକୁ ଜବତ୍ କରିଛି, ତଦନ୍ତ ଜାରି ରଖିଛି । ଏନେଇ ଆର,ଉଦୟଗିରି ଥାନାରେ କେସ ଅପମୃତ ୧/୨୩,୨/୨୩ରେ ମାମଲା ରୁଜୁ କରି ଏହାର ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ ସୁତ୍ରରୁ ପ୍ରକାଶ ।

Exit mobile version