ରାମଗିରି ସୁସଜିତାଙ୍କର ଅଜଣା ରୋଗରେ ମୃତ୍ୟୁ : ବିମାନ ବନ୍ଦରରେ ମୃତ ଦେହ ଗ୍ରହଣ କଲେ ବ୍ଳକ ଅଧ୍ୟକ୍ଷ

୧୮ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆର,ଉଦୟଗିରି ବ୍ଳକ ରାମଗିରି ଗ୍ରାମ ଖ୍ରୀଷ୍ଟିୟାନ ସାହିର ଜଗତ ବନ୍ଧନଙ୍କ ଝିଅ ସୁସଜିତା ବନ୍ଧନକୁ ବ୍ଳକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ସହାୟତାରେ ସିଲେଇ ଟ୍ରେନିଂ ନିମନ୍ତେ ବାଙ୍ଗାଲୋରର ଗୋଟିଏ ଘରୋଇ କଂପାନିକୁ ଯାଇଥିଲେ । ସେଠାରେ ତାଙ୍କର ଆକସ୍କିକ ଭାବରେ ଗତ ୧୬. ୨.୨୩ ତାଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବରଣ କରିଥିବା ଝିଅର ପିତା ମାତା କୁଲି କାମ କରି ପୋଷଣ କରୁଥିବାରୁ ଶବ ଗ୍ରାମକୁ ଆଣିବା କଷ୍ଟକର ବିଷୟ ଅଟେ ବୋଲି ମର୍ମାହତ ହୋଈପଡିଥିଲେ । କୌଣସି ରାସ୍ତା ନ ପାଇ ଗରିବ ଶ୍ରେଣୀର ହୋଇଥିବାରୁ ପରିଶେଷରେ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବରଙ୍କୁ ଯୋଗାଯୋଗ କରାଯାଇଥିଲା । ପିତା ମାତାଙ୍କର ଓ ଗ୍ରାମବାସୀଙ୍କୁ ଦୁଃଖ ଅବସ୍ଥାକୁ ଦେଖି ସାଙ୍ଗେ ସାଙ୍ଗେ ବ୍ଳକ୍ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର ବ୍ଳକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ଶବ ଯେପରି ରାମଗିରି ଠାରେ ପହଞ୍ଚିବ ସେଥିପାଇଁ ପ୍ରଚେଷ୍ଟା କରି ବାଙ୍ଗାଲୋର କଂପାନୀ ସହ ଯୋଗାଯୋଗ କରି ଶବକୁ ବିମାନ ସେବା ଜରିଆରେ ଭୂବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚାଇଥିଲେ । ଶବଟି ଭୂବନେଶ୍ବର ଠାରେ ପହଞ୍ଚିବା ପୂର୍ବରୁ ଅଧ୍ୟକ୍ଷ ଶବବରଣ ନିମନ୍ତେ ବିମାନ ବନ୍ଦରରେ ପହଞ୍ଚିଥିଲେ ଓ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖିଥିଲେ ।ମୃତ୍ୟୁବରଣ କରିଥିବା ଝିଅଟିର ବାପା ମାଆ ଦିନ ମଜୁରିଆ ହୋଇଥିବାରୁ ସେମାନଙ୍କ ଦୁଃଖକୁ ବୁଝି ଶବଟିକୁ ନିଜେ ବୋହି ଆମ୍ବଲାନସ ମାଧ୍ୟମରେ ରାମଗିରି ଖ୍ରୀଷ୍ଟିଆନ ସାହିକୁ ଆଣି ପିତାମାତାଙ୍କର ହସ୍ତାନ୍ତର କରିଥିଲେ ଏବଂ ଉକ୍ତ ଶୋକ ପରିବାରକୁ ସରକାରୀ ସ୍ତରରୁ ଆର୍ଥିକ ସହାୟତା ଯୋଗଇ ଦେବା ନିମନ୍ତେ ଚେଷ୍ଟା କରାଯିବା କଥା କହି ସ୍ବାନ୍ତନା ଦେଇଥିଲେ। ଏହି ମହାନତା କାର୍ଯ୍ୟ ନିମନ୍ତେ ଜନ ସାଧାରଣ ଏବଂ ପ୍ରଶାସନ ତରଫରୁ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣଙ୍କ ପ୍ରତି ପ୍ରଶଂସାର ଶୁଅ ଛଟିବାରେ ଲାଗିଛି ।

Exit mobile version