ୟୁନିଟ 5 ଚଣ୍ଡେଶ୍ୱର ମନ୍ଦିରରେ ଜାଗର ଯାତ୍ରା ଅନୁଷ୍ଠିତ

୧୮ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସଚିବାଳୟ ନିକଟସ୍ଥ ୟୁନିଟ 5 ଚଣ୍ଡେଶ୍ୱର ଓ ଜଗନ୍ନାଥ ମନ୍ଦିରରେ ବାବା ଚଣ୍ଡେଶ୍ୱର ମହାଦେବଙ୍କ ଜାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଭୋରରୁ ସମସ୍ତ ଉପଚାର ସହ ରୀତିନୀତି ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଂଜନ ସମାରୋହ ଅନୁଷ୍ଠିତ ହୋଇ ଶ୍ରଦ୍ଧାଳୁ ମାନଙ୍କୁ ଶିବ ଭାବନାରେ ବିମୋହିତ କରାଯାଇଥିଲା l ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ l ସମସ୍ତ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା l ଭଜନ କୀର୍ତନ ମହାଦୀପ ଦର୍ଶନ ସହିତ ପ୍ରସାଦ ସେବନ ବ୍ୟବସ୍ଥାକୁ ଉପସ୍ଥିତ ସମସ୍ତ ଭକ୍ତ ଭୁୟସୀ ପ୍ରଶଂସା କରିଥିଲେ l ମନ୍ଦିର କମିଟି ର ସମସ୍ତ ସଦସ୍ୟ ଦିନରାତି ପରିଶ୍ରମ କରି ଜାଗର ଯାତ୍ରାକୁ ସଫଳ କରାଇଥିଲେ l

Exit mobile version