ବିଜେଡି କର୍ମକର୍ତ୍ତା ଓ ଗ୍ରାମବାସୀ ମିଳିତ ଭାବେ ଶ୍ରଦ୍ଧାଞ୍ଜଳି ସଭା : ଦାମୋଦର ଯୋଶୀ

୧୮ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀ ବେଲପଡା ବ୍ଲକ ର ବିଜେଡି ର ବରିଷ୍ଠ ନେତା ଦାମୋଦର ଯୋଶୀ ଙ୍କ ହୃଦଘାତ ରେ ପରଲୋକ ହୋଇଯାଇଛି. ଏଇ କାରଣ ପାଇଁ ଆଜି ବେଲପଡା ର ଶ୍ରୀ ଯୋଶୀ ଙ୍କ ନିଜ ଗାଁ ରା଼ଡ଼ବାହାଲ ଠାରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଜେଡି କର୍ମକର୍ତ୍ତା ଓ ଗ୍ରାମବାସୀ ମିଳିତ ଭାବେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି.

ସ୍ବର୍ଗତ ଶ୍ରୀ ଯୋଶୀ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦେବା ସହ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା. ଆଜିର କାର୍ଯ୍ୟକ୍ରମ ରେ ରା଼ଡ଼ବାହାଲ ଗ୍ରାମବାସୀ ସହ, ଗଣେଶ କୁମ୍ଭାର, ଆଲୋକ ପାଣିଗ୍ରାହୀ . ମଣ୍ଡଳ ସରପଞ୍ଚ. ସରୋଜ ସେଠ, ଶିବାନନ୍ଦ ପରିଛା, କୁନା ପାଢ଼ୀ, ଜୟରାମ ମହାନନ୍ଦ, ଶୋଭାଙ୍ଗିନୀ ନିଆଲ, ପିକୁ ପାଣିଗ୍ରାହୀ, ଜଗନ୍ନାଥ ଖମାରି,ସରୋଜ ଯୋଶୀ,ବିଘ୍ନ ରାଜହଂସ, ଶିବ ପଟ୍ଟନାୟକ ଆଦି ଉପସ୍ଥିତ ଥିଲେ.

Exit mobile version