x. ବିରୋଧୀ ଦଳ ନେତାଙ୍କୁ ହତ୍ୟା ଧମକ ଦେବା ବିଜେଡିର ଅସଲ ଚେହେରାକୁ ପଦାରେ ପକାଇଛି
x. ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ
x. ବିଜେପି ବିଧାୟକମାନେ ରାଜଭବନରୁ ପଦଯାତ୍ରାରେ କ୍ୟାପିଟାଲ ଥାନାରେ ପଂହଚି ଏତଲା ଦେଇଥିଲେ
x. ବିରୋଧୀ ଦଳ ନେତାଙ୍କ ପ୍ରତି ର୍ଦୃବ୍ୟବହାର ଓ ଷଡଯନ୍ତ୍ର ଦୁର୍ଭାଗ୍ୟଜନକ

୧୮ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ବିଜୁ ଜନତା ଦଳର ନେତା ଅରୂପ ପଟ୍ଟନାୟକ ଶହ ଶହ ଲୋକଙ୍କ ସମ୍ମୁଖରେ ବିଜୁ ଜନତା ଦଳ ସଭାରେ ବିଧାନସଭାର ବିରୋଧୀ ଦଳର ନେତାଙ୍କୁ ଅଶାଳୀନ ମନ୍ତବ୍ୟ ଓ ଖୋଲାଖୋଲି ହତ୍ୟା ଧମକ ଦେଇଛନ୍ତି । ଏହା ବିଜୁ ଜନତା ଦଳର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଆଜି ମଧ୍ୟାହ୍ନରେ ମାନ୍ୟବାର ରାଜ୍ୟପାଳଙ୍କୁ ଭେଟିବା ପରେ ରାଜଭବନ ନିକଟରୁ ପଦଯାତ୍ରାରେ ବିଜେପି ବିଧାୟକମାନେ କ୍ୟାପିଟାଲ ଥାନାରେ ପଂହଚିଥିଲେ । ଏନେଇ କ୍ୟାପିଟାଲ ଥାନାରେ ଅରୂପ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଧାୟକ ମୁକେଶ ମହାଲିଙ୍ଗ ଏତଲା ରୁଜୁ କରି ଆଇନ ଅନୁଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।
