Home ଓଡ଼ିଶା ଅମୃତ କାଳ ବଜେଟରେ ମହିଳା ସଶକ୍ତୀକରଣକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର : ନିର୍ମଳା ସୀଥାରମଣ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା x. ଅମୃତକାଳ ବଜେଟ ଉପସ୍ଥାପନା କରିଥିବାରୁ ରାଜ୍ୟ ବିଜେପି ତରଫରୁ ଧନ୍ୟବାଦ ଜ୍ଞାପନ x. ଉପସ୍ଥିତ ଥିଲେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ ଅନେକ ମହିଳା କାର୍ଯ୍ୟକର୍ତା ୧୮ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପ୍ରତ୍ୟେକ ବର୍ଷ ଆଗତ ହେଉଥିବା ବାର୍ଷିକ ବଜେଟକୁ ଅଧରକରୁ ଅଧରକ ଜନପ୍ରିୟ କରିବାରେ ଲାଗିଛନ୍ତି । ଚଳିତ ବର୍ଷ ଆଗତ ହୋଇଥିବା ଅମୃତ କାଳ ବଜେଟରେ ମହିଳା ସଶକ୍ତୀକରଣକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣ କହିଛନ୍ତି । କେନ୍ଦ୍ର ବଜେଟ ଆଲୋଚନା ପାଇଁ ଓଡିଶା ଆସିଥିବା ଶ୍ରୀମତୀ ସିଥାରମଣ ଆଜି ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ । ଉପସ୍ଥିତ ଶତାଧିକ ମା ଓ ଭଉଣୀମାନେ ପାରଂପାରିକ ଭାବେ ହୁଳହୁଳି ଓ ପୁଷ୍ପ ଦେଇ ସ୍ୱାଗତ ଜଣାଇଥିଲେ । ଅମୃତକାଳ ବଜେଟ ଉପସ୍ଥାପନା କରିଥିବାରୁ ରାଜ୍ୟ ବିଜେପି ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ବହୁ ସଂଖ୍ୟାରେ ମହିଳା କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଅମୃତକାଳ ବଜେଟ ସଂପର୍କରେ ମତ ଦେଇ ଶ୍ରୀମତୀ ସୀଥାରମଣ କହିଛନ୍ତି ଯେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳା ସଶକ୍ତୀକରଣ ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ ।ତାଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟକୁ ଦେଶ ତଥା ବିଦେଶ ବଜାରରେ ପହଂଚାଇବା ସହିତ ସେମାନଙ୍କୁ ସମସ୍ତ ପ୍ରକାରର ଆର୍ଥିକ ଓ ଅନ୍ୟାନ୍ୟ ସହାୟତା କରାଯିବାର ବ୍ୟବସ୍ଥା କରିଛନ୍ତି ମୋଦି ସରକାର । ଏପରିକି ଡିଜିଟାଲ ବଜାରରେ ମଧ୍ୟ ତାଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇବାର ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରଥମ ଥର ପାଇଁ ମହିଳା ସମ୍ମାନ ସଂଚୟ ପତ୍ର ଜରିଆରେ ମହିଳାମାନଙ୍କୁ ୨ ବର୍ଷିଆ ଡିପୋଜିଟରେ ସର୍ବାଧିକ ୭.୫ ପ୍ରତିଶତ ସୁଧ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି । ଚଳିତ ବଜେଟ୍ରେ ଦେଶର ପାରମ୍ପାରିକ କାଗିଗରଙ୍କ ପାଇଁ ଉଦ୍ଦିଷ୍ଟ ପିଏମ୍ ବିଶ୍ୱକର୍ମୀ ଯୋଜନାର ଶୁଭାରମ୍ଭ ଏକ ନୂତନ ଏବଂ ଐତିହାସିକ ପଦକ୍ଷେପ । ସେମାନେ ପ୍ରସ୍ତୁତ କରୁଥିବା ହାତ ତିଆରି ସାମଗ୍ରୀ ଓ କଳାକୃତି ଆତ୍ମନିର୍ଭର ଭାରତର ଯଥାର୍ଥ ଚେତନା ପ୍ରକାଶ କରେ । ପ୍ରଥମଥର ପାଇଁ ଏହି କାରିଗରମାନଙ୍କ ନିମନ୍ତେ ସହାୟତା ପ୍ୟାକେଜ୍ ପ୍ରଦାନ କରିବା କଥା ଚିନ୍ତା କରାଯାଇଛି । ନୂତନଭାବେ ପ୍ରଚଳିତ ହେବାକୁ ଥିବା ପିଏମ୍ ବିକାଶ ଯୋଜନା ଦ୍ୱାରା ପାରମ୍ପାରିକ କାରିଗରମାନେ ନିଜର ଉତ୍ପାଦିତ ସାମଗ୍ରୀରମାନ ଓ ପରିମାଣ ବଢ଼ାଇ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପଂହଚିପାରିବେ । ସେମାନେ ମଧ୍ୟ ନିଜର ଉତ୍ପାଦନ ବଢ଼ାଇ ଏମ୍ଏସ୍ଏମ୍ଇ ଯୋଗାଣ ଶୃଙ୍ଖଳା ସହିତ ସାମିଲ ହେବାର ସୁଯୋଗ ପାଇବେ । ଏହି ଯୋଜନାରେ ସଂପୃକ୍ତ କାରିଗରଙ୍କୁ ଆର୍ôଥକ ସହାୟତା ସହିତ ଉନ୍ନତ ଦକ୍ଷତା ବିକାଶ ତାଲିମ, ଆଧୁନିକ ଡିଜିଟାଲ ଟେକନୋଲୋଜି ଜ୍ଞାନ, ଦକ୍ଷ ଗ୍ରୀନ ଟେକନୋଲୋଜି, ବ୍ରାଣ୍ଡ ପ୍ରୋମୋସନ, ସ୍ଥାନୀୟ ଓ ବିଶ୍ୱ ବଜାର ସହିତ ସଂଯୁକ୍ତ ହେବାର ସୁଯୋଗ, ଡିଜିଟାଲ ପେମେଂଟ ଓ ସାମାଜିକ ସୁରକ୍ଷା ସୁବିଧା ଦିଆଯିବ । ଏହି ଯୋଜନା ଦ୍ୱାରା ଓଡିଶା ଭଳି ରାଜ୍ୟର ଲୋକେ ଅଧିକ ଉପକୃତ ହେବେ ବୋଲି ଶ୍ରୀମତୀ ସୀଥାରମଣ କହିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026