Home ଓଡ଼ିଶା କବି ସଂଗ୍ରାମ ମିଶ୍ରଙ୍କର ନୂତନ କବିତା ପୁସ୍ତକ ‘ପ୍ରତିଧ୍ୱନୀ’ ଉନ୍ମୋଚିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୮ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ କବି ଶ୍ରୀ ସଂଗ୍ରାମ ମିଶ୍ରଙ୍କର ନୂତନ କବିତା ପୁସ୍ତକ ‘ପ୍ରତିଧ୍ୱନୀ’ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଅନ୍ୟ କବିତା ପୁସ୍ତକ ପରି ଏହି ପୁସ୍ତକଟିରେ ମଧ୍ୟ କବିଙ୍କର ଅନନ୍ୟ ପ୍ରତିଭାର ନିଖୁଣ ପରିଚୟ ପରିଲକ୍ଷିତ । ମାନବସମାଜର କଷଣ, ଦାରିଦ୍ର୍ୟର ଉପହାସ ତଥା ଜୀବନର ଜୀବନ୍ତ ଅନୁଭୂତିର ନିଚ୍ଛକ ପ୍ରତିଫଳନ ତଥା ପରିପ୍ରକାଶ କବିଙ୍କ ବୈଶିଷ୍ଟ୍ୟ । କବି ଶ୍ରୀ ମିଶ୍ର ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ଭାଷାରେ ‘ଏକ ବଳିଷ୍ଠ କବିକଣ୍ଠ’ ଏବଂ କବିଙ୍କର ପ୍ରାୟ ସମସ୍ତ କବିତା ସକାରାତ୍ମକ ଚିନ୍ତାଧାରାରେ ଉଦ୍ବୁଦ୍ଧ । କବି ସମାଜରେ ଦୃଶ୍ୟମାନ ଅନ୍ୟାୟ ପ୍ରତି ଯେତିକି ସଚେତନ, ତା’ର ଆଶୁ ସମାଧାନ ନିମନ୍ତେ ସେତିକି ଯନିବାନ । କବିତା ମାଧ୍ୟମରେ ସଂଦେଶ ଓ ଧ୍ୱନୀ/ପ୍ରତିଧ୍ୱନୀ ମାଧ୍ୟମରେ ଚେତନାର ଜାଗରଣ ଆଗାମୀ ଓଡ଼ିଆ କବିତାର ପ୍ରବାହକୁ ନିଶ୍ଚିତ ଭାବରେ ପ୍ରଭାବିତ କରିବ ଏଥିରେ ସନ୍ଦେହର ଅବକାଶ ନାହିଁ । କବିଙ୍କ ମତରେ କବିର ସମାଜ ପ୍ରତି ଉତ୍ତରଦାୟିତ୍ୱ ରହିଛି ଏବଂ ଉତ୍ତରଦାୟିତ୍ୱ ବିନା କବି ସମାଜ ଉପରେ ଏକ ପରାଙ୍ଗପୁଷ୍ଟ ଜୀବ ସଦୃଶ । ଏକାଧାରରେ ଲେଖକ, କବି, ଗାୟକ, ସ୍ତମ୍ଭକାର, ଗୀତିକାର ଓ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ମିଶ୍ର ଯୁବପିଢ଼ିର ଆଦର୍ଶ । କହିବା ବାହୁଲ୍ୟ ଯେ ‘ପ୍ରତିଧ୍ୱନୀ’ କବିଙ୍କର ଷୋଡ଼ଶ କବିତା ପୁସ୍ତକ । ଏହି ପୁସ୍ତକଟି ଜନସାଧାରଣଙ୍କ ଦ୍ୱାରା ସବିଶେଷ ଆଦୃତ ହେବ ବୋଲି ପୁସ୍ତକର ପ୍ରକାଶକ ଅପୂର୍ବା ପବ୍ଲିକେସନ୍ (ଭୁବନେଶ୍ୱର)ର କ୍ଷୀରୋଦ ପତି ଏବଂ କବି ଶ୍ରୀ ମିଶ୍ର ବେଶ୍ ଆଶାବାଦୀ । Categories: ଓଡ଼ିଶା, ମହାନଗର, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026