Home ଓଡ଼ିଶା ନକଲି ଔଷଧର ଆନ୍ତଃ-ରାଜ୍ୟ ଲିଙ୍କ୍ ସୂଚନା : ବାରଣାସୀ ଯିବା ପାଇଁ ସ୍ୱତନ୍ତ୍ର ତଦନ୍ତ ଟିମ୍ ଗଠିତ – ସହଯୋଗ ନିମନ୍ତେ ଉତ୍ତର ପ୍ରଦେଶ ସରକାରଙ୍କୁ ଅନୁରୋଧ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୮ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ନକଲି ଔଷଧ କାରବାର ବିରୁଦ୍ଧରେ ଆଉ ଏକ ବଡ଼ ପଦକ୍ଷେପ ଭାବେ ଔଷଧ ପ୍ରବର୍ତ୍ତକ ସ୍ୱ୍କାର୍ଡ଼ (ଡ୍ରଗ୍ସ୍ ଏନଫୋର୍ସମେଣ୍ଟ ଟିମ୍) ଏହାର ଆନ୍ତଃ-ରାଜ୍ୟ ଯୋଗାଣ ଓ କାରବାର ବିଷୟ ଜାଣିବାକୁ ପାଇଛି । ତଦନ୍ତ ସମୟରେ ଏ ବିଷୟରେ ବିଶ୍ୱାସ ଯୋଗ୍ୟ ସୂଚନା ମିଳିବାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନ୍ତଃ-ରାଜ୍ୟ ତଦନ୍ତ ନିମନ୍ତେ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଗଠନ କରିଛନ୍ତି । ସହକାରୀ ଔଷଧ ନିୟନ୍ତ୍ରକ (ଡ୍ରଗ୍ସ୍ କଣ୍ଟୋଲର) ଡାକ୍ତର ସୁଦର୍ଶନ ବିଶ୍ୱାଳ, ତୁଷାର ରଂଜନ ପାଣିଗ୍ରାହୀ ଏବଂ ଧର୍ମଦେବ ପୁହାଣଙ୍କ ସମେତ ପୋଲିସ୍ ଅଧିକାରୀମାନଙ୍କୁ ଏହି ଟିମର ସଦସ୍ୟ ଭାବେ ସାମିଲ କରାଯାଇଛି । ଏହି ଟିମ୍ ଖୁବଶିଘ୍ର ପରବର୍ତ୍ତୀ ପର୍ଯ୍ୟାୟ ତଦନ୍ତ ପାଇଁ ବାରଣାସୀ ଯିବେ ବୋଲି ଜଣାପଡିଛି । ସୂଚନା ଯୋଗ୍ୟ, ବରଗଡ଼ ଜିଲ୍ଲାର ଅଶୋକ ମେଡ଼ିକାଲ ହଲ୍ ଏବଂ ଝାରସୁଗୁଡ଼ା ଜିଲ୍ଲାର ଅମୀତ ମେଡ଼ିକାଲ ଏଜେନସୀ ନିକଟରୁ ଜବତ ହୋଇଥିବା ନକଲି ଔଷଧ ଉତ୍ତର ପ୍ରଦେଶର ବାରଣାସୀ ସ୍ଥିତ ଦେବ ଏଣ୍ଟରପ୍ରାଇଜର୍ସ, ଜେବି ମେଡ଼ିକାଲସ୍ ଏବଂ ଗୁରୁକୃପା ମେଡ଼ିକାଲ ଆଦିରୁ କାରବାର ହୋଇଥିବା ଜଣାପଡ଼ିଛି । ତେଣୁ ଏହି କାରବାରର ମୂଳରେ ପହଞ୍ଚିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ।ଏ ସମ୍ବନ୍ଧରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ଉତ୍ତର ପ୍ରଦେଶ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖି ବାରଣାସୀରେ ହେବାକୁ ଥିବା ତଦନ୍ତରେ ଆବଶ୍ୟକୀୟ ସହଯୋଗ ଲୋଡ଼ିଛନ୍ତି । ଶ୍ରୀମତୀ ପଣ୍ଡିତ୍ ଲେଖିଛନ୍ତି ଯେ “ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ନକଲି ଔଷଧ ସମ୍ବନ୍ଧିତ ବିଷୟ ବିଶେଷ ଗୁରୁତ୍ଵ ବହନ କରେ । ଏ ବିଷୟ ତଦନ୍ତ ଅଗ୍ରାଧିକାର ଭିତ୍ତିରେ ଦେବା ଦରକାର । ଏଥି ନିମନ୍ତେ ଓଡ଼ିଶାରୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବାରଣାସୀ ପଠାଯାଉଛି ।” ପରବର୍ତ୍ତୀ ପର୍ଯ୍ୟାୟରେ ତଦନ୍ତରେ ଉତ୍ତର ପ୍ରଦେଶ ସରକାରଙ୍କ ସଂପୃକ୍ତ ବିଭାଗ ଓ କର୍ତ୍ତୁପକ୍ଷମାନେ ସମସ୍ତ ସହଯୋଗ ଯୋଗାଇବା ପାଇଁ ନିର୍ଦେଶ ଦେବା ନିମନ୍ତେ ଶ୍ରୀମତୀ ପଣ୍ଡିତ୍ ଅନୁରୋଧ କରିଛନ୍ତି । Categories: ଓଡ଼ିଶା, ମହାନଗର, ହୋମ୍ Related Content ଗାଈ ଛେଳି ଚରାଉଥିବା ବେଳେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ମୃତଦେହ ରଖି ରାସ୍ତା ଅବରୋଧ, କ୍ଷତିପୂରଣ ଦାବିରେ ଉତ୍ତେଜନା; ଡ୍ରାଇଭର ଅଟକ, ଗାଡ଼ି ଜବତ by Proprietor Abhimanyu Maharana November 10, 2026 ଦୀର୍ଘଦିନର ଦୁର୍ଦ୍ଦଶାରୁ ମୁକ୍ତି କେବେ ? : ଶୋଚନୀୟ ରାସ୍ତାରେ ଯାତାୟାତ ଯନ୍ତ୍ରଣା, ନିର୍ମାଣ ଦାବିରେ ପୂର୍ତ୍ତ ବିଭାଗକୁ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ by Proprietor Abhimanyu Maharana November 10, 2026 ବାତ୍ୟାରେ ଛାରଖାର ବିପନ୍ନଙ୍କ ଦୁଃଖ ବୁଝିଲେ ସାଂସଦ : ଆଶ୍ରୟ ସ୍ଥଳୀରେ ଖାଦ୍ୟ ସାମଗ୍ରୀ ସହ କମ୍ବଳ ଓ ବସ୍ତ୍ର ବଣ୍ଟନ - ବିପର୍ଯ୍ୟସ୍ତ ରାସ୍ତାଘାଟର ସ୍ଥିତି ସମୀକ୍ଷା by Proprietor Abhimanyu Maharana November 10, 2026 ଭାରତ ସ୍କାଉଟ୍, ଗାଇଡ୍ପ୍ର ପ୍ରତିଷ୍ଠା ଦିବସ ଓ ତାଲିମ କର୍ମଶାଳା by Proprietor Abhimanyu Maharana November 10, 2026 ରାଜସୁନାଖଳାରେ ଶ୍ୟମାକାଳୀପୂଜା ଉତ୍ସବ ପାଳିତ by Proprietor Abhimanyu Maharana November 10, 2026 ଅସାମାଜିକ ଦୃବୁତ୍ତଙ୍କ ଦ୍ୱାରା ପୋଖରୀରେ ବିଷ ପ୍ରୟୋଗ : ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ, ଚାଷୀ ହତାଶ by Proprietor Abhimanyu Maharana November 10, 2026