ଜଙ୍ଗଲି ନିଆଁ ନିୟନ୍ତ୍ରଣ ପାଇଁ ବଣ୍ଡା ଘାଟି ରେ ସଚେତନତା ଶିବିର

୧୭ ଫେବୃଆରୀ ,ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ଆଜି ମୁଦୁଲିପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଉଁଶପଡା ଗ୍ରାମ ଠାରେ ଏକ ଏକ ବଡ ଧରଣର ଜଙ୍ଗଲ ରେ ଜଙ୍ଗଲି ନିଆଁ ନିୟନ୍ତ୍ରଣ ତଥା ଅଗ୍ନି ସଂଯୋଗ ଅପରାଧ ସୂଚନା ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମାଥିଲି ବାନାଞ୍ଚଳ ଅଧିକାରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ରେ ନିଆଁ ନ ଲଗେଇବା ଓ ବେଣ୍ଟ ଶିକାର କୁ ପ୍ରଶୟ ନ ଦେବା ପାଇଁ ଅନୁରୋଧ କରିବା ସହ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ, ଜଙ୍ଗଲ ସୁରକ୍ଷା ଆଇନ୍ ଜଙ୍ଗଲରେ ନିଆ ଲଗେଇବା ଅପରାଧ ଆଇନ ଆଦି ସମ୍ପର୍କ ରେ ଗ୍ରାମବାସୀ ମାନଙ୍କୁ ଅବଗତ କରାଇ ଥିଲେ ।ସେହିପରି ଏହି କାର୍ଯ୍ୟକ୍ରମ ରେ ମୁଡୁଲିପଡ଼ା ନାଏବ ସରପଞ୍ଚ ଶ୍ରୀ ସମିତି ସଭ୍ୟ ୱାର୍ଡ ମେମ୍ବର ଜଙ୍ଗଲ କମିଟି ସଭାପତି ମାନେ ବଣ୍ଡା ଭାଷା ରେ ଜଙ୍ଗଲ ସୁରକ୍ଷା ଜଙ୍ଗଲ ଅଗ୍ନି ନିରୋଧକ ବେଆଇନ ବେଣ୍ଟ ଶିକାର ସମ୍ପର୍କ ରେ ଗ୍ରାମ ବାସୀ ମାନଙ୍କୁ ବୁଝାଇଥିଲେ । ଗୋବିନ୍ଦପାଲି ବନପାଳ ସୃଷ୍ଟି ଅନୁଷ୍ଠାନ କର୍ମୀ କିଶୋର ବାବୁ ଓ ବଂଶୀଧର ଅନୁଗୁଲିଆ ଆଦି ଯୋଗ ଦେଇ ପୋଡୁ ଚାଷ ବନ୍ଦ କରିବା ଜଙ୍ଗଲ କାଟିବା ଦ୍ଵାରା ହେଉଥିବା ସମସ୍ୟା ଉଜୁଡ଼ା ଜଙ୍ଗଲରେ ନୂତନ ବୃକ୍ଷ ରୋପଣ ଆଦି ସମ୍ପର୍କରେ ଗ୍ରାମ ବାସିମାନଙ୍କୁ ଅବଗତ କରାଇଥିଲେ ।

Exit mobile version