ଆସନ୍ତ‌ା ୧୮ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଖୋଲିବ

ଓଡିଶା ତାଜା ନ୍ୟୁଜ୍ (୧୩ ଜୁନ୍ ଶନିବାର ) ଭୁବନେଶ୍ୱର : ଆସନ୍ତ‌ା ୧୮ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଖୋଲିବ। ଶିକ୍ଷକ ଓ କର୍ମଚାରୀ ଶିକ୍ଷାନୁଷ୍ଠାନକୁ ଆସି କାର୍ଯ୍ୟ କରିବେ । ହେଲେ ଛାତ୍ରଛାତ୍ରୀ ଆସିବେ ନାହିଁ । ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବ । ଲାଇବ୍ରେରି, ସାମଗ୍ରୀ, ସାଇନ୍ସ ଲାବରେଟୋରି, ଆଇସିଟି ଲାବରେଟୋରି, ହଷ୍ଟେଲ ସାମଗ୍ରୀ ଆଦି ଠିକ୍‌ ଅଛି କି ନାହିଁ ତଦାରଖ କରିବେ ।

ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ କର୍ମଚାରୀଙ୍କ ସମସ୍ୟାଗୁଡ଼ିକର ସମାଧାନ ଏହି ସମୟରେ କରାଯିବ । ଏଚ୍‌ଆର୍‌ଏମ୍‌ଏସ୍‌ ଡାଟା, କ୍ୟାସ୍‌ ବୁକ୍‌, ସର୍ଭିସ୍‌ ବୁକ୍‌ ଆଦିକୁ ଅପ୍‌ଡେଟ୍‌ କରାଯିବ । ଜୁଲାଇ ୩୧ ସୁଦ୍ଧା ଏହି ସମସ୍ତ କାର୍ଯ୍ୟ ଶେଷ କରି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନେ ନିର୍ଦେଶାଳୟକୁ ଜଣାଇବେ । ଗତ ୮ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦେଶାବଳିକୁ କଡାକଡ଼ି ପାଳନ କରିବାକୁ ଶିକ୍ଷକ ଶିକ୍ଷା ଓ ଏସ୍‌ସିଇଆର୍‌ଟି ନିର୍ଦେଶାଳୟ ପକ୍ଷରୁ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି । (ରିପୋର୍ଟ- ମନୋଜ ସ୍ୱାଇଁ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com

Exit mobile version