Home ଓଡ଼ିଶା ଇଟାଭାଟିରେ ନିର୍ଯ୍ୟାତିତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲେ ସ୍ୱେଛାସେବୀ ସଂଗଠନ ଓ ପୁଲିସ ପ୍ରଶାସନ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୭ ଫେବୃଆରୀ ,ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ଖପ୍ରାଖୋଲ, ଲରମ୍ଭା ଏବଂ ପାଟଣାଗଡ ଥାନା ଅଞ୍ଚଳରୁ ୫୮ ଜଣ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଇଟାଭାଟି ମାଲିକ ଦ୍ୱାରା ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏଥିସହିତ ଇଟାଭାଟି ମାଲିକ ଦ୍ୱାରା ଯୌନ ନିର୍ଯ୍ୟାତନାର ଶିକାର ହେବା ସହିତ ଅତି ଅମାନୁଷିକ ଭାବେ ୬୨ରୁ ୭୦ ବର୍ଷ ବୟସ୍କ ବୃଦ୍ଧା, ଶାରୀରିକ ବିକଳାଙ୍ଗ ଥିବା ଲୋକଙ୍କୁ ଏବଂ ନାବାଳିକା ନାବାଳକମାନଙ୍କୁ କାମରେ ନିୟୋଜିତ କରି ଇଟାଭାଟିରେ ଖଟାଉ ଥିବା ଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି । ଦୀର୍ଘଦିନ ଧରି ନିର୍ଯ୍ୟାତନାର ଶିକାର ହୋଇଥିବା ଏହି ଶ୍ରମିକମାନେ ଆନ୍ଧ୍ର ପୁଲିସ ଏବଂ ସ୍ୱେଛାସେବୀ ସଂଗଠନ ଦ୍ୱାରା ଉଦ୍ଧାର ହେବା ପରେ ଗୁରୁବାର ନିଜ ଘରମାନଙ୍କୁ ଫେରିଛନ୍ତି । ସୂଚନାଯୋଗ୍ୟ ଯେ, ଅଞ୍ଚଳର କିଛି ଦାଦନ ଶ୍ରମିକ ଗତ ଅକ୍ଟୋବର ମାସରେ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ । ସାଙ୍ଗାରେଡ୍ଡୀ ଜିଲ୍ଲାର ନାରେନଖେଡ ମଣ୍ଡଳ ଦର୍ଗାହଟାଣ୍ଡାର ଚାରିଭାଇ ଗଙ୍ଗାରାମ, ଶଙ୍କର, ପରମେଶ ଓ ରମେଶଙ୍କ ଇଟାଭାଟିରେ ଇଟା ଗଢୁଥିଲେ । ଏଥିପାଇଁ ଇଟା ଗଢି ଯିବା ପୂର୍ବରୁ ଶ୍ରମିକ ଏବଂ ମାଲିକଙ୍କ ସହିତ ହଜାରେ ଇଟାକୁ ହଜାରେ ଟଙ୍କା ହିସାବରେ ମଜୁରୀ ଦେବା ପାଇଁ ମୂଲ୍ୟ ନିର୍ଦ୍ଧାରିତ ମଧ୍ୟ କରାଯାଇଥିଲା କିନ୍ତୁ ଇଟା ଭାଟିରେ କାମ କଲାପରେ ଭାଟି ମାଲିକ କମ୍ ଟଙ୍କାରେ ଦିନକୁ ତିନି ହଜାର ଇଟା ଗଢିବାକୁ ଚାପ ଦେଉଥିଲେ ଏବଂ ଆଗରୁ ନିର୍ଦ୍ଧାରିତ ହୋଇଥିବା ପାଉଣା ମାଗିବାରୁ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଇଟାଭାଟି ମାଲିକ ଶ୍ରମିକମାନଙ୍କୁ ପଣବନ୍ଦୀ କରି ରଖିଥିଲେ । ଶ୍ରମିକମାନଙ୍କୁ ଖାଇବା ନ ଦେବା, ଦେହ ଅସୁସ୍ଥ ହେଲେ ଡାକ୍ତରଖାନାକୁ ଯିବାକୁ ମନା କରିବା ସହିତ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ କରାଯାଇଥିଲା । ଶ୍ରମିକମାନେ ଏହାକୁ ବିରୋଧ କରିବାରୁ ଅତି ଅମାନୁଷିକ ଭାବେ ଅକଥନୀୟ ଯୌନ ନିର୍ଯ୍ୟାତନା ଦେଉଥିଲେ । ଇଟାଭାଟି ମାଲିକ ଏବଂ ତାଙ୍କ ଭାଇମାନେ ମଦପିଇ କିଛି ନାବାଳିକା ଝିଅ ସମେତ କିଛି ମହିଳାଙ୍କୁ ବାରମ୍ବାର ଯୌନ ନିର୍ଯ୍ୟାତନା ଦେଉଥିବା ଭିଡ଼ିଓ ମାଧ୍ୟମରେ ସେମାନେ ଅଭିଯୋଗ କରିଛନ୍ତି । ଏପରିକି ଭାଟି ମାଲିକ ରାତିରେ ଶ୍ରମିକମାନେ ରହୁଥିବା କୁଡ଼ିଆ ଭିତରକୁ ପଶି ସେମାନଙ୍କୁ ମୋଲେଷ୍ଟ କରିବା ସହ ଟଙ୍କା ଦେଇ ତାଙ୍କ ସହ ଶାରୀରିକ ସମ୍ବଦ୍ଧ ରଖିବା ପାଇଁ ଚାପ ଦେଉଥିବା ନାବାଳିକା ଝିଅ ଏବଂ ମହିଳା ଜଣକ ପ୍ରକାଶ କରିଥିବା ଜଣାଯାଇଛି । ଏହି ଘଟଣାରେ ଉପାୟଶୂନ୍ୟ ହୋଇ କିଛି ଲୋକଙ୍କୁ ସେମାନେ ଫୋନ କରିଥିଲେ । ଏହା ଜାଣି ଖପ୍ରାଖୋଲ ବ୍ଲକ ଅଞ୍ଚଳର ସ୍ବେଛାସେବୀ ସଂଗଠନ କେବିକେ ରିଶୋର୍ସ ସେଣ୍ଟରର ସୁଶାନ୍ତ ପାଣିଗ୍ରାହୀ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ତେଲେଙ୍ଗାନା ପୋଲିସ ପ୍ରଶାସନକୁ ସୂଚନା ଦେଇଥିଲେ । ପରେ ତେଲେଙ୍ଗାନା ପୋଲିସ ଏବଂ ସ୍ୱେଛାସେବୀ ସଂଗଠନ ଏହି ଘଟଣାରେ ହସ୍ତକ୍ଷେପ କରିବା ସହିତ ନିର୍ଯ୍ୟାତନାର ଶିକାର ହୋଇଥିବା ଶ୍ରମିକମାନଙ୍କୁ ଇଟାଭାଟି ମାଲିକଙ୍କଠାରୁ ଉଦ୍ଧାର କରିଥିଲେ । ସମସ୍ତ ଉଦ୍ଧାର ଶ୍ରମିକ ଗୁରୁବାର ନିଜ ଘରେ ଆସି ପହଞ୍ଚିଥିବା ବେଳେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ by Proprietor Abhimanyu Maharana September 18, 2026 ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ by Proprietor Abhimanyu Maharana September 18, 2026 ତାରିଣୀପୀଠରେ ଶତାଧିକ କୃଷକଙ୍କ ସମାଗମ ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ by Proprietor Abhimanyu Maharana September 18, 2026 ନୟାଗଡ଼ରେ ବିଜେପିର ମିଶ୍ରଣ ପର୍ବ : ପଦ୍ମ ଧରିଲେ ବିରୁଡ଼ା ପଞ୍ଚାୟତର ବିଜେଡି କର୍ମୀ by Proprietor Abhimanyu Maharana September 18, 2026 ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିର ଗବେଷଣା ପାଇଁ ସମର୍ପିତ ଥିଲେ ପଣ୍ଡିତ ବିନାୟକ ମିଶ୍ର by Proprietor Abhimanyu Maharana September 18, 2026 ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026