Home ଓଡ଼ିଶା ରଣପୁର ରେ ଜୋର୍ ଧରିଛି ଚାଉଳ ରାଜନୀତି – ବିଜେଡି by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ରଣପୁର ରେ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ବିଜେଡି ର ଧାରଣା ୧୬ ଫେବୃଆରୀ ,ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- କେନ୍ଦ୍ର ସରକାର ବାରମ୍ବାର କ୍ରମାଗତ ଭାବେ ଓଡିଶା କୁ ଅବହେଳା ଓ ଉପେକ୍ଷା କରିବା ସହ ଏବେ ୫ କିଲୋ ଚାଉଳ କାଟିଦେବା ପ୍ରତିବାଦ ରେ କେନ୍ଦ୍ର ସରକାର ବିରାଧେରେ ଆଜି ବିଜେଡି ରଣହୁକାର ଦେଇଛି । ଆଜି ବିଜେଡି ତରଫରୁ ରଣପୁର ଏନଏସି ଓ ବ୍ଲକ ସମ୍ମୁଖରେ ଧାରଣା ଦେଇଥିବା ଦେଖାଦେଇଛି । ସାରା ରାଜ୍ୟରେ ବିଜେଡି ସୁପ୍ରିମ ନବିନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶରେ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ବିକ୍ଷୋଭ ଡାକରା ଦିଆଯାଇଛି । ତେଣୁ ରଣପୁର ବ୍ଲକ ବୁଜୁ ଜନତା ଦଳ ସଭାପତି ପାଣ୍ଡବ ସେଠୀ ଙ୍କ ଅଧ୍ୟକ୍ଷତାରେ ରଣପୁର ବ୍ଲକ ଆଗରେ ବିକ୍ଷୋଭ ସହ ଧାରଣା ଆଜି ମଧ୍ୟ୍ୟାହ୍ନ ରେ ଦିଆଯାଇଥିଲା । ମହାମହୀମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଏବିଡିଓ ଅନ୍ତଯ୍ୟମି ଦାସ ଙ୍କୁ ଦିଆଯାଇଥିଲା । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ଓଡିଶା ବାସୀ ଙ୍କୁ ଦେଉଥିବା ମାଗଣା ଚାଉଳ କାଟି ଦେଇଥିବାରୁ ଏହି ଧାରଣା ଓ ବିକ୍ଷୋଭ ଦିଆଯାଇଥିଲା ା ଏହି ଧାରଣା ରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ବ୍ଲକ ଉପାଧକ୍ଷ ପ୍ରଭାତ ଦଳବେହେରା ,ସନ୍ତୋଷ ଲେଙ୍କା, ମହିଳା ବିଜୁଜନତା ଦଳ ସଭାପତି ନର୍ମଦା ରାୟ , କିଶୋର ପଟ୍ଟନାୟକ , ନକୁଳସୀଠ ଓ ୩୭ ଗୋଟି ଗ୍ରାମପଞ୍ଚାୟତ ର ବିଜେଡି ନେତା ମାନେ ଯୋଗ ଦେଇଥିଲେ । ସେହିଭଳି ଭାବରେ ରଣପୁର ଏନଏସି ଅଫିସ ସମ୍ମୁଖରେ ରଣପୁର ବିଜୁଜନତା ଦଳ ନଗର ସଭାପତି ଲିଙ୍ଗରାଜ ନାୟକ ଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା । ବିଧାୟକ ସତ୍ୟନାରାୟଣ ପ୍ରଧାନ , ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି , ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ , ସଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି ଙ୍କ ସହ ବିଜେଡି କାଉନସିଲର ଓ କର୍ମୀ ମାନେ ଯୋଗ ଦେଇଥିଲେ । ଶେଷରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ ଙ୍କ ମାଧ୍ୟମରେ ମହାମହୀମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା ା କର୍ମୀମାନେ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଳୋଗାନ ଦେଇଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026