Home ଓଡ଼ିଶା ଆର, ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଲାଗଡ଼ ପଞ୍ଚାୟତର ଛେଲାଗଡ଼ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୬ ଫେବୃଆରୀ ,ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଲାଗଡ଼ ପଞ୍ଚାୟତର ଛେଲାଗଡ଼ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉସ୍ଚବ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବାର୍ଷିକ ଉସ୍ଚବ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବରେ ଆର,ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ୍ ଖର୍ସେଲ୍, ଆର,ଉଦୟଗିରି ସମିତିର ଅଧ୍ୟକ୍ଷ ଲଖ୍ମୀନାରାୟଣ ଶବର,ପ୍ରେମରଞ୍ଜନ ଶତପଥି ବିଦ୍ୟାଳୟ ନିରିକ୍ଷକ ଗଜପତି, ବରିଷ୍ଠ ସମାଜ ସେବୀ ତଥା ଏମ୍,ପି,ପ୍ରତିନିଧି ଜଗବନ୍ଧୁ ଦାସ, ତଥା ସଭାପତି ଭାବେ ସ୍କୁଲର ପ୍ରଧାନ ଶିକ୍ଷକ ଧର୍ମରାଜ୍ ସାମଲ୍,ଆସନ ଅଳଙ୍କୃତ କରିଥିଲେ । ସମ୍ନାନିତ ଅଥିତି ଭାବରେ ଛେଲାଗଡ଼ ସରପଞ୍ଚ ଡାଳିମ୍ବ ଗମାଙ୍ଗ, ସମିତି ସଭ୍ୟା ସୁଶ୍ରୀ ଶୀବାନି ବେହେର୍ଦଳାଇ, ତଥା ସ୍କୁଲ କମିଟି ର ସଭାପତି କପିଳା ପାଇକ, ତଥା ଶବରପଲ୍ଲୀ ସ୍କୁଲର ପ୍ରଧାନ ଶିକ୍ଷକ, ଶିଆଳିଲଟି ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ଛେଳିଗଡ଼ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ଡାବରାଗୁଡା ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ,ସେହିପରି ଖ୍ରୀଷ୍ଟପୂର୍,ଛେଲାଗଡ଼ ୟୁପି ସ୍କୁଲ,ତଥା ଆଖପାଖ ଅଞ୍ଚଳରେ ଥିବା ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସମସ୍ତ ଛାତ୍ର ଛାତ୍ରୀ ତଥା ସମସ୍ତ ଅଭିଭାବକ ଉପସ୍ଥିତ ଥିବା ସହ ବହୁ ଆଡ଼ମ୍ବରରେ ପାଳିତ ହୋଇଛି । ଉକ୍ତ ଉସ୍ଚବ ରେ ମୁଖ୍ୟ ଅତିଥି ଭାବେ ତଥା ସମ୍ନାନିତ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କ ଜୀବନରେ ପରିବର୍ତ୍ତନ ଆଣିବା,ଯେପରି ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ଭଲ ଆଚରଣ ପ୍ରଦର୍ଶନ କରିବା, ଗରୁଙ୍କୁ ଭକ୍ତି କରିବା, ସ୍କୁଲର ଅନୁଶାସନ କୁ ମାନି ଚଳିବା, ଭଲ ପାଠ ପଢ଼ି ନିଜର ଭବିଷ୍ୟତ ଉଜ୍ୱଳ କରିବା ସହ ସ୍କୁଲର ନା ମଧ୍ୟ ବଜାୟ ରଖିବା, ଭଳି ମହତ୍ୱପୂର୍ଣ୍ଣ ଉପଦେଶ ଦେଲେ ।କିନ୍ତୁ ସେମାନଙ୍କ ମଧ୍ୟରୁ ବରିଷ୍ଠ ସମାଜ ସେବୀ ଜଗବନ୍ଧୁ ଦାସ ସାର୍ ଙ୍କ ଅଭିଭାଷଣ ଟିକେ ନିଆରା ଥିଲା ।ଯେତେବେଳେ ୧୯୭୨ମସିହାରେ ସ୍କୁଲ ଟି ଅବସ୍ଥାପିତ ହେଲା ସେତେବେଳେ ସ୍ୱର୍ଗତ ପିତର ଲିମା, ଭରତ ଚନ୍ଦ୍ର ପାତ୍ର, ସୋମନାଥ ମାଝି, ଗୋଶାଙ୍ଗ ଶବର, ନରସିଂହ ପାଇକ ଏହି ମହାନ୍ ବ୍ୟକ୍ତି ମାନଙ୍କ ବଳିଦାନ ପ୍ରଚେଷ୍ଟାରେ ସ୍କୁଲ ଟି କିଭଳି ଭାବେ ଗଢ଼ିଥିଲେ ତାକୁ ମନେ ପକାଇ ଦେଇଥିଲେ । କିନ୍ତୁ ଆଜି ଏହି ଐତିହାସିକ ସ୍କୁଲ ରେ ରାଜନୀତି ନକରି ସ୍କୁଲକୁ ସୁଚାରୁ ରୁପେ ତୁଲାଇବା ପାଇଁ ଅଞ୍ଚଳବାସିଙ୍କୁ ଅନୁରୋଧ କରିଛନ୍ତି। କାରଣ ଏହି ସ୍କୁଲ କିଛି ବର୍ଷ ର ଶିକ୍ଷା କ୍ଷେତ୍ରରେ ଉନ୍ନତମାନର ପ୍ରଦର୍ଶନ କରିବା ସହ ଗଜପତି ଜିଲ୍ଲାର ଏକ ମାତ୍ର ସ୍କୁଲ ଭାବେ ୨୦୨୨ରେ ରାଜ୍ୟ ସ୍ଥରରେ ପୁରଷ୍କୃତ ହୋଇଛି । କିନ୍ତୁ ପରିତାପର ବିଷୟ ଯେ ଗଜପତି ବିଦ୍ୟାଳୟ ନିରିକ୍ଷକ ଆସିଥିଲା ବେଳେ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ନ ଆସିବା ଟିକେ ଅଡ଼ୁଆ ଲାଗୁଥିଲା,ଏଭଳି ଗୋଟିଏ ଶିକ୍ଷାନୁଷ୍ଠାନ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ତାଙ୍କ ର ଅନୁପସ୍ଥିତି ଦୁର୍ଭାଗ୍ୟ ଜନକ, ସ୍କୁଲରେ ବିଭିନ୍ନ ପ୍ରକାର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ପାନୀୟ ଜଳଯୋଗାଣ ଉପରେ ବେଶୀ ଦୁଃଖ ପ୍ରକାଶ କରିଥିଲେ। ଯେ ଯେତିକି ଟି,ଆର୍,ଡ଼ବ୍ଲୂ ସ୍କୁଲ ଅଛି ଯଥା ଶିଆଳିଲଟି,ଶବରପଲି,ଛେଲାଗଡ଼, ଛେଳିଗଡ଼, ଏହି ସ୍କୁଲ ମାନଙ୍କ ରେ ସଦାବେଳେ ପାଣି ସମସ୍ୟା ରହୁଛି ।କାରଣ ଆଇ,ଟି,ଡିଏ,ବିଭାଗୀୟ ଅଧିକାରୀ ମାନେ ଏହି ସ୍କୁଲର ପାଣି ଦାୟୀତ୍ଵ ନେଇଛନ୍ତି । ଯାହାକି ଦୀପ ତଳ ଅନ୍ଧାର ସଦୃଶ। ବିଭାଗୀୟ ଅଧିକାରୀ ଙ୍କୁ କେତେ ମଧ୍ୟ ପାଣି ର ଗାର ଭଳି । ତେଣୁ ଦାସ ସାର୍ ମାନ୍ୟବର ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକ ଅଧ୍ୟକ୍ଷ ଙ୍କୁ ଅନୁରୋଧ କରିଛନ୍ତି ଯେ ଏଥର ଆପଣ ମାନେ ଏହାକୁ ଜିଲ୍ଲା ପ୍ରଶାସନ କୁ ଜଣାଇବା ସହ ଜିଲ୍ଲା ପରିଷଦ ବୈଠକରେ ମଧ୍ୟ ଆଲୋଚନା କୁ ଆଣନ୍ତୁ ।ସେ ପ୍ରୋସିଡିଙ୍ଗ୍ କପିରେ ମୁଁ ନିଜେ ଦସ୍ତଖତ କରି ମାନ୍ୟବର ଜିଲ୍ଲାପାଳ ଙ୍କୁ ଦେବି ବୋଲି ଉପସ୍ଥାପନ କରିଛନ୍ତି । ଯେଉଁଠି ଆମ ଘରେ ଗୋଟିଏ ଦିନ ପାଣି ନ ଆସିଲେ ଆମେ କିଭଳି ଅସୁବିଧା ହେଉଛି ।ଶହଶହ ଛାତ୍ର ଛାତ୍ରୀ ଯେଉଁ ସବୁ ସ୍କୁଲରେ ଶିକ୍ଷାଲାଭ କରୁଛନ୍ତି ସେମାନଙ୍କ ଅବସ୍ଥା କଣ ହେଉଥିବ ଆପଣ ମାନେ ଥରେ ଚିନ୍ତା କରି ଦେଖନ୍ତୁ ? ଯଦି ତୁରନ୍ତ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି ତା ହେଲେ ଆଗାମୀ ଦିନରେ ଆର୍,ଡ଼ବ୍ଲୂ, ଏସ୍,ଏସ୍,କୁ ହସ୍ଥାନ୍ତର କରିବା ପାଇଁ ଗଜପତି ଜିଲ୍ଲାପାଳଙ୍କ ଅନୁରୋଧ କରିବେ ବୋଲି ରୋକଠୋକ୍ ଶୁଆଇଛନ୍ତି ।ଶେଷରେ ସମସ୍ତ ଅତିଥି ତଥା ଜନସାଧାରଣ ଛାତ୍ର ଛାତ୍ରୀ ଙ୍କୁ ଧନ୍ୟବାଦ ଦେଇ ବକ୍ତବ୍ୟ ରଖିଥିଲେ ।ମଞ୍ଚ ପରିଚାଳନା କରିଥିଲେ ସ୍ଥାନୀୟ ସ୍କୁଲର ପ୍ରିୟ ଶିକ୍ଷକ ଉପେନ୍ଦ୍ର କୁମାର ମାଳି,ସହ ଶିକ୍ଷକ କେ, ଅଭିନାଷ, ହୃଦୟରଞ୍ଜନ ନାୟକ ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ,ସମସ୍ତ ସ୍କୁଲର ସଦସ୍ୟ ଥାଇ ସୁନ୍ଦର ଭାବରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା Categories: ଓଡ଼ିଶା, ଗଜପତି, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026