ଦଶପଲ୍ଲା ବିଧାୟକ ଙ୍କ ନେତୃତ୍ୱରେ ବିଜୁ ଜନତା ଦଳର କେନ୍ଦ୍ର ବିରୋଧୀ ରଣ ହୁଙ୍କାର

୧୬ ଫେବୃଆରୀ ,ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ନୂଆଗାଁ ବ୍ଲକ୍ ସମ୍ମୁଖରେ ରଣ ହୁଙ୍କାର ଦେଇଛି ବିଜେଡ଼ି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କେନ୍ଦ୍ର ସରକାର ବନ୍ଦ କରିଦେବା ସହିତ ମାସକୁ ୧୦ କେଜି ବଦଳରେ ହିତାଧିକାରୀଙ୍କୁ ମିଳିବ ୫ କେଜି ଚାଉଳ । ଚଳିତ ବର୍ଷ କେନ୍ଦ୍ର ସରକାର ବଜେଟ ରେ ଧାନ ସଂଗ୍ରହ ବାବଦରେ ୨୦ ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି । ତେଣୁ ଧାନ ସଂଗ୍ରହ କ୍ଷତିଗ୍ରସ୍ତ ହେବା ସହ କୃଷକମାନେ ଏମ ଏସ ପି ପାଇବାରୁ ବଞ୍ଚିତ ହେବେ । କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତି ,ଗରିବ ଙ୍କ ଦାନା ଛଡ଼ାଇବା ଆଦି ପ୍ରସଙ୍ଗ କୁ ନେଇ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ବ୍ଲକ୍ ଅଧ୍ୟକ୍ଷା, ଉପାଧ୍ୟକ୍ଷ,ସରପଞ୍ଚ ,ସମିତି ସଭ୍ୟ ସଭ୍ୟା,ଦଳୀୟ ବରିଷ୍ଠ ନେତୃବୃନ୍ଦ ଙ୍କ ସହିତ ଶହଶହ ଯୁବ ,ଛାତ୍ର ,ମହିଳା ମାନେ ସାମିଲ ହୋଇ କେନ୍ଦ୍ର ବିରୋଧୀ ସ୍ଲୋଗାନ ଏବଂ ବିକ୍ଷୋଭ ପ୍ରଦର୍ଶନ କରି ନୂଆଗାଁ ଡାକବଙ୍ଗଳା ଠାରୁ ବାହାରି ବଜାର ପରିକ୍ରମା କରି ବ୍ଲକ୍ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ କେନ୍ଦ୍ର ବିରୁଦ୍ଧରେ ନାରାବାଜି କରିବା ସହ ବ୍ଲକ୍ ଉନ୍ନୟନ ଅଧିକାରୀ ଙ୍କୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଚାଷୀ ଓ ଗରିବ ଙ୍କ ହକ୍ ପାଇଁ,ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ପାଇଁ ଲଢେଇ ଜାରି ରହିବ ବୋଲି ଦଶପଲ୍ଲା ବିଧାୟକ କହିବା ସହ ପଞ୍ଚାୟତ ସ୍ତରରେ କେନ୍ଦ୍ର ବିରୋଧୀ ଏବଂ ବ୍ଲକ୍ ସମ୍ମୁଖରେ ଗଣ ବିକ୍ଷୋଭ ସଫଳ ହୋଇଥିବାରୁ ଲୋକ ପ୍ରତିନିଧି,ଦଳୀୟ ବରିଷ୍ଠ କର୍ମକର୍ତ୍ତା,ଯୁବ ,ଛାତ୍ର ,ମହିଳା ଏବଂ ଦଳୀୟ କର୍ମୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

Exit mobile version