Home ଓଡ଼ିଶା କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଭୁବନ ବିଜେଡି ର ବିକ୍ଷୋଭ କେନ୍ଦ୍ର ସରକାର ଚାଷୀ ବିରୋଧୀ : ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଧାନ ଉଠାଅ,ଚାଉଳ ଦିଅ ନଗରପାଳ ଶୁଭେନ୍ଦୁ ସାହୁ ୧୬ ଫେବୃଆରୀ ,ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :– କେନ୍ଦ୍ରରେ କ୍ଷମତାସୀନ ବିଜେପି (ମୋଦି) ସରକାରକାର ଙ୍କ ଚାଷୀ ମାରଣ ନୀତି ବିରୋଧରେ ଭୁବନ ବିଜେଡି ତରଫରୁ ବିକ୍ଷୋଭ, ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଭୁବନ ବ୍ଲକ ବିଜେଡି ସଭାପତି ତଥା ୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଦଳୀୟ କର୍ମୀ ଏକତ୍ରିତ ହୋଇ କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିଥିଲେ । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ କେନ୍ଦ୍ର ସରକାର ଚଳିତ ବଜେଟ ରେ ଧାନ କ୍ରୟ ରାଶି ୨୦ ହଜାର କୋଟି ଟଙ୍କା କମ ବ୍ୟୟବରାଦ କରିଥିବା ଓ ଗରିବ ଲୋକଙ୍କ ୫ କିଲୋ ମାଗଣା ଚାଉଳ କାଟିଦେଇଥିବାରୁ ଚାଷୀ ଭାଇ ଓ ଗରିବ ଲୋକମାନଙ୍କ ଦୁର୍ଦ୍ଦଶା ବଢିଯାଇଛି । ପୂର୍ବ ବର୍ଷ ମାନଙ୍କରେ ୧୮ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରାଯାଉଥିବା ବେଳେ ଚଳିତ ବର୍ଷ ମାତ୍ର ୪ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରିବାକୁ ଧାର୍ଯ୍ୟ କରିଛନ୍ତି । ଧାନର ଏମଏସପି ମୂଲ୍ୟ ୨୯୩୦ ଟଙ୍କା କରିବାକୁ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇ ବାରମ୍ବାର ଦାବି କରାଯାଉଥିବା ବେଳେ କେନ୍ଦ୍ର ସରକାର ଆଦୌ କର୍ଣ୍ଣପାତ କରୁନାହାନ୍ତି ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ , କୃଷି ଉପଦେଷ୍ଟା କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୁଧାକର ସାହୁ , ଭୁବନ ନଗର ସଭାପତି ନରେନ୍ଦ୍ର କୁମାର ସାହୁ , ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଅଜୟ କୁମାର ସେଠୀ ,ଅମୂଲ୍ୟ ଦ୍ୱିବେଦୀ ,ରାକେଶ ଆଏଚ ,କାଉନସିଲର ନରେନ୍ଦ୍ର ବେହେରା , ପପୁ କୁମାର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେ ବିଡିଓ କଲ୍ୟାଣ ସୌରଭ ଦାଶ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଭୁବନ ଡାକବଙ୍ଗଳା ପରିସରରୁ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ନେତୃତ୍ୱରେ ଶତାଧକ ଦଳୀୟ କାର୍ଯ୍ୟକର୍ତା ଏକ ର୍ୟାଲିରେ ଯାଇ ବିକ୍ଷୋଭ ସ୍ଥଳରେ ପହଁଚିଥିଲେ ଓ ପରେ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । Categories: ଓଡ଼ିଶା, ଢେଙ୍କାନାଳ, ହୋମ୍ Related Content ଶିଶୁ ପ୍ରତିଭା ପୁରସ୍କାର ବିତରଣି ଉତ୍ସଵ by Proprietor Abhimanyu Maharana September 19, 2026 ଆକାଶବାଣୀ ଏଫ ଏମ ରେନଵୋ ଏବଂ ଭାରତ ମସଲା ପକ୍ଷରୁ ରାଜ୍ୟ ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana September 19, 2026 କୃତୀ ଶିକ୍ଷକ ଦିବଂଗତ କୈଳାଶ ଚନ୍ଦ୍ର ବେହେରାଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ by Proprietor Abhimanyu Maharana September 19, 2026 ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ବିଦ୍ୟାଳୟରେ ଚାଲିଛି ଶିକ୍ଷକଙ୍କ ମନଇଚ୍ଛା ରାଜୁତି by Proprietor Abhimanyu Maharana September 19, 2026 ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ କେବଳ ଔପଚାରିକ ଭାବେ ସରିଲା ସମିତି ବୈଠକ by Proprietor Abhimanyu Maharana September 19, 2026 ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ନୟାଗଡ଼ by Proprietor Abhimanyu Maharana September 19, 2026