୧୬ ଫେବୃଆରୀ ,ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ସମବାୟ ହେଉଛି ଏକ ସ୍ବୟଂ ଶାସିତ ସଂଘ ଯେଉଁଥିରେ ବ୍ୟକ୍ତି ବିଶେଷ ସ୍ଵେଚ୍ଛାକୃତ ଭାବେ ଏକତ୍ରିତ ହୋଇ ସେମାନଙ୍କର ଆର୍ଥିକ,ସାମାଜିକ ଓ ସାଂସ୍କୃତିକ ଆବଶ୍ୟକତା ଏବଂ ଚାହିଦା ଗୁଡ଼ିକ ଯୁଗ୍ମ ଅଧିକାର ଓ ଗଣତନ୍ତ୍ର ଭିତ୍ତିରେ ନିୟନ୍ତ୍ରଣ ସଂସ୍ଥା ଦ୍ଵାରା କରିଥାନ୍ତି ।ଜାତୀୟ ସମବାୟ ସଂଘ ଶିକ୍ଷାକ୍ଷେତ୍ର ପରିଯୋଜନା ଆଜି ଗୁରୁବାର ଶ୍ରୀ ସୋମନାଥ ବାଲୁଙ୍କେଶ୍ୱର ଦେବ ମହିଳା କଲେଜରେ ସମବାୟ ଉପରେ ଏକ ଯୁବ ସଚେତନତା ଶିବିରର ଆୟୋଜନ କରାଯାଇଛି । 
ସମବାୟ ମାଧ୍ୟମରେ ଯୁବକ ମାନଙ୍କ ପାଇଁ ଆତ୍ମ ନିଯୁକ୍ତିର ସୁଯୋଗ ଶୀର୍ଷକ ଏହି କର୍ମ ଶାଳାରେ ଆୟୋଜିତ ସଚେତନତା ସଭାରେ କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଶ୍ରୀମତୀ ଇନ୍ଦୁରେଖା ପଣ୍ଡା ପ୍ରାରମ୍ଭିକ ଅଭିଭାଷଣରେ ପରିଯୋଜନା ତଥା ସମବାୟର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ କହୁଥିଲେ । ରାଜ୍ୟ ସମବାୟ ସଂଘର ସମ୍ପାଦକ ଶ୍ରୀ ବ୍ରହ୍ମାନନ୍ଦ ପରିଡ଼ା ମୂଖ୍ୟବକ୍ତା ଭାବେ ଯୋଗଦେଇ ସମବାୟରେ ଯୁବ ଶକ୍ତିର ସଂପୃକ୍ତି,ତା’ର ଆବଶ୍ୟକ ତଥା ନିଯୁକ୍ତି ସୁଯୋଗ ସମ୍ବନ୍ଧରେ ଆଲୋଚନା କରିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଡ଼ଃ ପତଞ୍ଜଳୀ ତ୍ରିପାଠୀ କହିଥିଲେ ଯେ’ସମବାୟ ଯେକୌଣସି ବର୍ଗର ଲୋକଙ୍କ ଉନ୍ନତି ପାଇଁ ଆଧାରିତ ହୋଇପାରିବ ଯେହେତୁ ଏହାର ଲକ୍ଷହିଁ ସାମୁହିକ ହିତ ସାଧନ । ଏହି କାର୍ଯ୍ୟକ୍ରମକୁ ମହିଳା ପ୍ରବର୍ତିକା ଶ୍ରୀମତୀ ରେଣୁବାଳା ପଣ୍ଡା,ସୁଶାନ୍ତ ରାଉତ,ଦିଲ୍ଲୀପ ଜେନା ପ୍ରମୁଖ ପରିଚାଳନା କରିଥିବା ବେଳେ ଶ୍ରୀ ଶୁଭ୍ରାଂଶୁ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

