୧୬ ଫେବୃଆରୀ ,ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଖୋର୍ଦ୍ଧାରୋଡ ରେଳ ଷ୍ଟେସନ ଅନ୍ତର୍ଗତ ଜଟଣୀ ଠାରେ ବହୁ ପ୍ରତୀକ୍ଷିତ ତଥା ଜନସାଧାରଣ କେନ୍ଦ୍ରିକ ରୋଡ ଓଭର ବ୍ରିଜ (ଆରଓବି) କାର୍ଯ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି | ରେଳବାଇ ଅଂଶରେ ବ୍ରିଜର ଉପରିଭାଗ କାର୍ଯ୍ୟ ପାଇଁ ବୋ-ଷ୍ଟ୍ରିଙ୍ଗ୍ ଗାର୍ଡ଼ର କାର୍ଯ୍ୟ ଆରମ୍ଭ ହୋଇଯାଇଛି | ବ୍ରିଜ୍ ସହିତ ସଂଯୋଗୀକରଣ ମାର୍ଗ ପ୍ରାୟ ସମାପ୍ତ ହୋଇଛି । ବ୍ୟସ୍ତବହୁଳ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନରେ ଟ୍ରେନ୍ ଚଳାଚଳକୁ ପ୍ରଭାବିତ ନ’କରି ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ପ୍ରଶାସନ ଗତକାଲି ଦ୍ୱିତୀୟ ବୋ-ଷ୍ଟ୍ରିଙ୍ଗ୍ ଗାର୍ଡ ଫ୍ଲୋର ପ୍ରଣାଳୀ ପାଇଁ କାର୍ଯ୍ୟ ପ୍ରାୟ ୩୬ ମେଟ୍ରିକ ଟନ ସ୍ଥାପନ କରି ଏକ ପ୍ରଶଂସନୀୟ କାର୍ଯ୍ୟ କରିଛି |
ଏହି କାର୍ଯ୍ୟକୁ ଏକ ଘଣ୍ଟା ମଧ୍ୟରେ ସଫଳତାର ସହିତ ସ୍ଥାପନ କରାଯାଇଅଛି | ଟ୍ରେନ ଚଳାଚଳ ବ୍ୟାଘାତ ବିନା ସମସ୍ତ ୟାର୍ଡ ଲାଇନଗୁଡିକର ଯୋଜନାବଦ୍ଧ ଟ୍ରାଫିକ୍ ଏବଂ ଓଭର ହେଡ଼ ଇକୁଇପମେଣ୍ଟ ବ୍ଲକ୍ ନିଆଯାଇଥିଲା | ଆର.ଓ.ବି.ର ରେଳବାଇ ଅଂଶରେ ୪୮ ମିଟର ଲମ୍ବ ଏବଂ ୧୩ ମିଟର ଚୌଡାର ବୋ-ଷ୍ଟ୍ରିଙ୍ଗ୍ ଗାର୍ଡ଼ର କାର୍ଯ୍ୟ ଆରମ୍ଭ ହୋଇଛି | ସର୍ବନିମ୍ନ ଟ୍ରାଫିକ୍ ବ୍ଲକ୍ ସହିତ ଗାର୍ଡ଼ର ସମସ୍ତ ଷ୍ଟ୍ରିଙ୍ଗ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ କରାଯାଉଅଛି | ୪୦୦ ଟନ୍ କ୍ଷମତା ବିଶିଷ୍ଟ ଦୁଇଟି କ୍ରେନ୍ ଏହି କାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥିଲା |
