୧୬ ଫେବୃଆରୀ ,ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ :- ୫ଟି ର ବିକାଶ ନାମରେ ମନ୍ଦିର ର ପାରି ପାର୍ଶ୍ବିକ ଉନ୍ନତି,ମନ୍ଦିର ର ସୌନ୍ଦର୍ଯ୍ୟ କରଣ କରାଯାଉ କିନ୍ତୁ ପୁରାତନ କୀର୍ତ୍ତିରାଜି କୁ ଭଙ୍ଗା ନ ଯାଉ ବୋଲି ପଦ୍ମପୁର ର ପୂର୍ବତନ ବିଧାୟକ ତଥା ଓଡିଶା ରାଜ୍ଯ ବିଜେପି କୃଷକ ମୋର୍ଚ୍ଚାର ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ରାଜ୍ଯ ସରକାରଙ୍କୁ ଅନୁରୋଧ କରିଛନ୍ତି । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ରେ ଏବେ ୫ଟି ଜରିଆରେ ବିକାଶର ଯେଉଁ ଯୋଜନା କରା ଯାଇଛି ସେଥିରେ ମନ୍ଦିର ର ପୁରାତନ କୀର୍ତ୍ତିରାଜି 
” ଭଣ୍ଡାର ଘର ” କୁ ଭାଙ୍ଗିବା ପାଇଁ ସରକାର ଯେଉଁ ପ୍ରସ୍ତାବ ରଖିଛନ୍ତି ତାକୁ ବାତିଲ କରିବା ପାଇଁ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ରାଜ୍ଯ ସଚିବାଳୟ ରେ ମାନ୍ୟବର ରାଜ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବନୀ ପାତ୍ର ସାକ୍ଷାତ କରି ନୃସିଂହନାଥ ମନ୍ଦିର “ଭଣ୍ଡାର ଘର ” ପୁରାତନ କୀର୍ତ୍ତିରାଜି ମଧ୍ଯରୁ ଗୋଟିଏ ହୋଇଥିବା ବେଳେ ଏହାକୁ ନ ଭାଙ୍ଗିବା ପାଇଁ ଏକ ପତ୍ର ପ୍ରଦାନ କରିଛନ୍ତି । ମାନ୍ୟବର ମନ୍ତ୍ରୀଙ୍କୁ ଦେଇଥିବା ଚିଠି ୫ଟି ପ୍ରମୁଖ ସଚିବ,ପୂର୍ତ୍ତ ବିଭାଗ ସଚିବ,ରାଜ୍ଯ ପ୍ରତ୍ନତତ୍ତ୍ବ ବିଭାଗଙ୍କୁ ମଧ୍ଯ ପ୍ରଦାନ କରିଥିବା ଶ୍ରୀ ପୁରୋହିତ ସୂଚନା ଦେଇଛନ୍ତି । ଶ୍ରୀ ପୁରୋହିତ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ,୧୩ଶହ ଶତାବ୍ଦୀରେ ପାଟଣା ମହାରାଜ ବୈଜଲ ଦେବ ନୃସିଂହନାଥ ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିର ନିର୍ମାଣ ର କିଛି ବର୍ଷ ପରେ ” ଭଣ୍ଡାର ଘର ” ନିର୍ମିତ ହୋଇଥିଲା,ଏହା ଏକ ପୁରାତନ କୀର୍ତ୍ତିରାଜି । କୋଟି ଲୋକଙ୍କ ଏହା ଆସ୍ଥା ଓ ବିଶ୍ବାସର କେନ୍ଦ୍ର । ଭଗବାନ ଗୌତମ ବୁଦ୍ଧଙ୍କ ପଟ୍ଟଶିଷ୍ୟ ନାଗାର୍ଜୁନ ଗନ୍ଧମାର୍ଦ୍ଦନ ଶିଖରରେ ଏକ ବୌଦ୍ଧ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା କରିଥିବା ଐତିହାସିକ ମାନଙ୍କ ମତ, ଯେଉଁ ବିଶ୍ବ ବିଦ୍ୟାଳୟ ରେ ଦେଶ ବିଦେଶରୁ ଅନେକ ଛାତ୍ର ଛାତ୍ରୀ ଅଧ୍ୟୟନ ପାଇଁ ଗନ୍ଧମାର୍ଦ୍ଦନ – ନୃସିଂହନାଥ କୁ ଆସୁଥିଲେ । ସମ୍ବଲପୁର ବିଶ୍ବ ବିଦ୍ୟାଳୟ ଓ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ମନ୍ଦିର ଆଖପାଖ ରେ ଅନେକ ଥର ଖୋଦେଇ କରି ବୌଦ୍ଧ ସଂସ୍କୃତିର ଅନେକ ମୂର୍ତ୍ତି ଓ ସାମଗ୍ରୀ ମଧ୍ଯ ମିଲିଛି । ତେଣୁ ଅତି ସତର୍କତାର ସହ ନିର୍ମାଣ କାର୍ଯ୍ଯ ବେଳେ ଏହାକୁ ମଧ୍ଯ ଦୃଷ୍ଟି ଦେବା ଆବଶ୍ୟକ ବୋଲି ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ଉଲ୍ଲେଖ କରିଛନ୍ତି ।

