ରଣପୁର : ହୋ ହାଲ୍ଲା ରେ ସମିତି ବୈଠକ : ଷଡଯନ୍ତ୍ର ହେଲା ଫେଲ୍

ରଣପୁର ଭାଇସ୍ ଚେୟାରମ୍ୟାନ ଷଡଯନ୍ତ୍ର କରିଥିଲେ ବଦନାମ କରିବେ ବୋଲି ବ୍ଲକ୍ ଚେୟାରମ୍ୟାନଙ୍କୁ : ଅସ୍ତ୍ର ସାଜିଥିଲେ ସରପଞ୍ଚ -ହେଲେ ଫସର ଫାଟିଗଲା

୧୫ ଫେବୃଆରୀ ,ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ଆଜି ବ୍ଲକ ସଭା ଗୃହ ମଧ୍ୟରେ ଦ୍ୱିତୀୟ ସମିତି ବୈଠକ ଅନୁଷ୍ଠିତ  ହୋଇଯାଇଛି । ସଭା ଆରମ୍ବରୁ କେତେକ ବିବାଦିୟ କ୍ଷେତ୍ରରେ ହାଇକୋର୍ଟରେ ମାମଲା ହୋଇଥିବାରୁ ସଭାରେ ଏଥିନେଇ ପ୍ରବଳ ହଟଗୋଳ ହୋଇଥିଲା । କିଛି ପଞ୍ଚାୟତକୁ ଅନୁକମ୍ପା ଦେଖାଯାଇ ପ୍ରୋଜେକ୍ଟ ପ୍ରପୋଜାଲ ଗମେଣ୍ଟ କୁ ପଠାଇ ଅର୍ଡର ହୋଇ ଆସିଥିବା ଅର୍ଡର ବିରୋଧରେ ଉଚ୍ଚ ନ୍ୟାୟାଳୟ ର ଦ୍ବାରସ୍ଥ ହେଇଥିଲେ ରଣପୁର ବ୍ଲକ୍ ଅଧକ୍ଷ ନିର୍ମଳା ବେହେରା । କିନ୍ତୁ ଏଥିରେ ଅସନ୍ତୋଷ ପ୍ରକାଶ କରି ପଂଚାୟତ ସମିତି ଅଧକ୍ଷା ହାଇକୋଟରେ ଦ୍ୱାରାସ୍ତ ହୋଇଥିଲେ । ପରେ ହାଇକୋଟ ତରଫରୁ ଏହି କାର୍ଯ୍ୟ ଉପରେ ରହିତାଦେଶ କରାଯାଇଥିଲା । ଆଜି ସମିତି ବୈାଠକ ହେବାକ୍ଷଣି ଅନେକ ସରପଂତ ଓ ସମିତି ସଭ୍ୟ ହାଇକୋଟରେ କଣ ପାଇଁ ମାମଲା ଦାୟର ହେଲା ବୋଲି ଅସନ୍ତୋଷ ପ୍ରକାଶ କରି ହଟଗୋଳ କରିଥିଲେ ।ଏହି ପ୍ରତିବାଦ କୁ ସମତି ଅଧକ୍ଷା ଙ୍କୁ ସମର୍ଥନ କରି ଅନେକ ସମର୍ଥୀତ ସରପଂଚ ଓ ସମିତି ସଭ୍ୟମାନେ ପ୍ରତିବାଦ କରିଥିଲେ । କେତେକ ସମତି ସଭ୍ୟ ଓ ସରପଂଚ ହାଇକୋଟରେ ମାମଲା ପୁର୍ବରୁ ସମିତିରେ ଏକ ସ୍ୱତନ୍ତ୍ର ବୈଠକ ଡାକି କାହିଁକି ଆଲୋଚନା କରାଗଲା ନାହିଁ ବୋଲି ପ୍ରଶ୍ନ କରିଥିଲେ । ପରେ ନୟାଗଡ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ୍ ପଟନାୟକ ହସ୍ତଖେପ କିରି ସରପଂଚ ଓ ସମିତି ସଭ୍ୟ କୁ ବୁଝାସୁଝା କରିଥିଲେ । ପରେ ଗୃହରେ ସ୍ୱାସ୍ଥ୍ୟ,ଜଳ ଯୋଗାଣ ,ଶିକ୍ଷା ,ଗମନାଗମନ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବିଡିଓ ପ୍ରତିନିଧୀ ମାନଙ୍କର ଅଧିକାର ଉପରେ ମତାମତ ଦେଇଥିଲେ । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ,ନୟାଗଡ ଜିଜ୍ଲାପରିଷଦ ଅଧକ୍ଷ ଦେବାଶିଷ୍ ପଟନାୟକ, ପଚାଂୟତ ସମିତି ଅଧକ୍ଷା ନିର୍ମଳା ବେହେରା,ବିଡିଓ ଜୈାତିପ୍ରକାଶ ସେଠୀ ,ପଚାଂୟତ ସମିତି ଉପାଧକ୍ଷା ପ୍ରଭାତ ଦଳବେହେରା, ଜିଲ୍ଲା ପରିଷଦ ରଜନୀ ରାଣୀ ପଟନାୟକ ,ଲକ୍ଷ୍ମୀପ୍ରିୟା ତରେଇ , ନର୍ମଦା ରାୟ ସହ ୩୭ ପଚଂୟତର ସରପଚଂତ ଓ ସମତିସଭ୍ୟ ମାନେ ଯୋଗ ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଆଜି ସମିତି ବୈଠକ ହଟଗୋଳ ସୂଚନା ପାଇଁ ବ୍ଲକ ପରିଷର ରେ ଏକଜିଟିଭ୍  ମାଜିଷ୍ଟେଟ ଙ୍କ ସହ ପୁଲିସ ଫୋର୍ସ  ଉପସ୍ଥିତ ଥିଲେ । ସହଯୋଗୀ ବିଭାଗର ଅଧିକାରୀ ମାନେ ଅନୁପସ୍ଥିତ ଥିବାରୁ ବିରକ୍ତି ପ୍ରକାଶ କଲେ ଅଧକ୍ଷା ଘଣ୍ଟ ଘୋଡାଇଲେ ବ୍ଲକ୍ ଉପଧକ୍ଷ ।

Exit mobile version