ନୂଆଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ

୧୫ ଫେବୃଆରୀ ,ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ଼ ସଦର ମହକୁମାରେ ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ନବମ ତମ ବାର୍ଷିକ ଉତ୍ସବକୁ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଦ୍ୟା ମନ୍ଦିର ସଭାପତି ମହେନ୍ଦ୍ର କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଲିଙ୍ଗରାଜ କାର୍ଜି, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ବିଶ୍ବହିନ୍ଦୁ ସତଶଙ୍ଗ ପରିଷଦ ପ୍ରମୁଖ ନାରାୟଣ ରଇତ,

ସମାଜ ସେବୀ ରବି ସୁବୁଦ୍ଧି, ସମାଜ ସେବୀ ସୁଜିତ ମହାପାତ୍ର ପ୍ରମୁଖ ମଞ୍ଚାସିନ ହୋଇଥିଲେ ।ଅନୁଷ୍ଠାନ ତରଫରୁ ଅତିତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୋଙ୍କନ ଦେଇ ସମ୍ମାନିତ କରାଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା । ପ୍ରଥମେ ସ୍ଵାଗତ ସଙ୍ଗୀତ ଛାତ୍ରୀ ଅନ୍ୱେଷା କାର୍ଜି ଗାନ କଲାପରେ ବାର୍ଷିକ ବିବରଣୀ ଅନୁଷ୍ଠାନର ସମ୍ପାଦକ ସୁରେନ୍ଦ୍ର ଦଳାଇ ପାଠ କରିଥିଲେ । ତତ୍ପରେ ଏହି ଅନୁଷ୍ଠାନର ପୂର୍ବତନ ଛାତ୍ରଛାତ୍ରୀ ନବୋଦୟ ଓ ବୃତ୍ତି ପରୀକ୍ଷାରେ କୃତୀତ୍ଵ ଅର୍ଜନ କରିଥିବା ଛତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ବିଭିନ୍ନ କ୍ରୀଡ଼ାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସିଲ ଏବଂ ମାନପତ୍ର ଦେଇ ପୁରସ୍କାର କରିଥିଲେ ଅତିଥିଗଣ । ପରବର୍ତ୍ତୀ ସମୟରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନାଚ,ଗୀତ ଏବଂ ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଥିଲା । ଏହି କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର ଗୁରୁମା ଗୁରୁଜୀ ମାନେ ପରିଚାଳନା କରିଥିବାରେ ସହଯୋଗ କରିଥିଲେ ।

Exit mobile version