
୧୫ ଫେବୃଆରୀ ,ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆର,ଉଦୟଗିରି ବ୍ଳକ ମହେନ୍ଦ୍ରଗଡ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଜପତି ଜିଲ୍ଲା ପ୍ରଶାସନ ସମାଜିକ ସୁରକ୍ଷ ଓ ଭିନ୍ନକ୍ଷମ ସଶକ୍ତକରଣ ବିଭାଗ , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ରକ୍ତଶିକୂଳି ଓ ରକ୍ତହୀନତା ରୋଗ ନିରୂପଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସମୁଦାୟ ୨୩୦ ଜଣ ନଜକୁ ପଞ୍ଜୀକୃତ କରାଯାଇଛି । ୧୪୭ ଜଣ ହିମୋଗ୍ଲୋବିନ ପରୀକ୍ଷଣ କରାଯାଇଥିବା ବେଳେ, ୧୪୫ ଜଣଙ୍କୁ ସ୍ବାସ୍ଥ୍ୟ ଜଣଙ୍କ ସ୍ବସ୍ଥ୍ୟ ପରୀକ୍ଷା, ୫୭ ଜଣଙ୍କ ରକ୍ତଶିକୂଳି ପରୀକ୍ଷା କରାଯାଇଥିଲା । ଏବଂ ୨୫ଜଣ ଭୋଟରକାର୍ଡ ପାଇଁ ପଞ୍ଜିକୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଆର,ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର ସୁଧାଶୁଂ ଶେଖର ପଣ୍ଡା, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ଲଳିତା ପୂଜାରୀ ଓ ସ୍ବାସ୍ଥ୍ୟ କର୍ମଚାରୀ ପ୍ରମୁଖ ଯୋଗଦେଇ ସ୍ବାସ୍ଥ୍ୟ ପରୀକ୍ଷଣ ସହଯୋଗ କରିଥିବା ବେଳେ ସାମାଜିକ ସୁରକ୍ଷା ଅଧିକାରୀ ଅରଣ ଉଦୟଭାନୁ ଓ ଷ୍ଟାପ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

