୧୫ ଫେବୃଆରୀ ,ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାରଙ୍କ ଚାଉଳ ଓ ଧାନ ସଂଗ୍ରହ ପ୍ରସଙ୍ଗରେ ରାଜ୍ୟ ପ୍ରତି ଚରମ ଅବହେଳା କୁ ନେଇ ନୂଆଗାଁ ବ୍ଲକ୍ ପ୍ରତ୍ୟେକ ପଞ୍ଚାୟତ ହେଡ୍ କ୍ୱାଟର ରେ ବିଜେଡ଼ି ପକ୍ଷରୁ ଗଣ ବିକ୍ଷୋଭ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କେନ୍ଦ୍ର ସରକାର ବନ୍ଦ କରିଦେବା ସହିତ ମାସକୁ ୧୦ କେଜି ବଦଳରେ ହିତାଧିକାରୀଙ୍କୁ ମିଳିବ ୫ କେଜି ଚାଉଳ ।
ଚଳିତ ବର୍ଷ କେନ୍ଦ୍ର ସରକାର ବଜେଟ ରେ ଧାନ ସଂଗ୍ରହ ବାବଦରେ ୨୦ ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି । ତେଣୁ ଧାନ ସଂଗ୍ରହ କ୍ଷତିଗ୍ରସ୍ତ ହେବା ସହ କୃଷକମାନେ ଏମ ଏସ ପି ପାଇବାରୁ ବଞ୍ଚିତ ହେବେ । କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତି ,ଗରିବ ଙ୍କ ଦାନା ଛଡ଼ାଇବା ଆଦି ପ୍ରସଙ୍ଗ କୁ ନେଇ କେନ୍ଦ୍ର ସରକାରଙ୍କ ବିରୁ୍ଧରେ ପ୍ରତି ପଞ୍ଚାୟତ ହେଡ଼ କ୍ୱାଟର୍ ରେ ଗର୍ଜନ କରିଛି ବିଜେଡ଼ି । ପ୍ରତି ପଞ୍ଚାୟତ ରେ ହୋଇଥିବା ଗଣ ବିକ୍ଷୋଭ ରେ ଦଶପଲ୍ଲା ବିଧାୟକ ଙ୍କ ସହିତ ବ୍ଲକ୍ ଅଧ୍ୟକ୍ଷା, ଉପାଧ୍ୟକ୍ଷ,ସରପଞ୍ଚ ,ସମିତି ସଭ୍ୟ ସଭ୍ୟା,ଦଳୀୟ ବରିଷ୍ଠ ନେତୃବୃନ୍ଦ ଙ୍କ ସହିତ ଶହଶହ ଯୁବ ,ଛାତ୍ର ,ମହିଳା ମାନେ ସାମିଲ ହୋଇ ବିକ୍ଷୋଭ କରିଥିଲେ । ଚାଷୀ ଓ ଗରିବ ଙ୍କ ହକ୍ ପାଇଁ, ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ପାଇଁ ଲଢେଇ ଜାରି ରହିବ ବୋଲି ଦଶପଲ୍ଲା ବିଧାୟକ କହିବା ସହ ପଞ୍ଚାୟତ ସ୍ତରରେ କେନ୍ଦ୍ର ବିରୋଧୀ ଗଣ ବିକ୍ଷୋଭ ସଫଳ କରିଥିବା ଲୋକ ପ୍ରତିନିଧି,ଦଳୀୟ ବରିଷ୍ଠ କର୍ମକର୍ତ୍ତା,ଯୁବ ,ଛାତ୍ର ,ମହିଳା ଏବଂ ଦଳୀୟ କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

