କେନ୍ଦ୍ର ସରକାର ଚାଉଳ କାଟୁଥିବା ପ୍ରତିବାଦରେ ଚାଉଳ ପାଇଁ ବିଜେଡିର ପ୍ରତି ପଞ୍ଚାୟତରେ ଧାରଣା

୫ କିଲୋ ଚାଉଳ କଟା ପ୍ରସଙ୍ଗ କୁ ନେଇ ବ୍ଲକ ରେ ଥିବା ୩୦ ଗୋଟି ପଞ୍ଚାୟତରେ ଆନ୍ଦୋଳନ କୁ ଉହ୍ଲାଇଛି ବିଜେଡି ।

୧୫ ଫେବୃଆରୀ ,ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ଆଜି ପାଟଣାଗଡ ବିଜେଡି ପକ୍ଷରୁ ଉସୁନା ଚାଉଲ ଉଠାଣ ପରିମାଣ ହ୍ରାସ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ଯୋଗୁଁ ୫ କିଲୋ ଚାଉଳ କଟା ପ୍ରସଙ୍ଗ କୁ ନେଇ ବ୍ଲକ ରେ ଥିବା ୩୦ ଗୋଟି ପଞ୍ଚାୟତରେ ଆନ୍ଦୋଳନ କୁ ଉହ୍ଲାଇଛି ବିଜେଡି ।

ଏହି ବିଧାୟକ ସରୋଜ କୁମାର ମେହେର ଙ୍କ ସମେତ ପଞ୍ଚାୟତ ସ୍ତରିୟ ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ପଞ୍ଚାୟତ ସମ୍ମୁଖରେ ଧାରଣାରେ ବସିପଡିଥିଲେ । ଏଥିସହ ପିଇଓ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଦେଇଛନ୍ତି ।

ଏହି ଦାବିପତ୍ରରେ ୫ କେଜି ଉସୁନା ଚାଉଲ କଟା ସମେତ ଡିଜେଲ, ପେଟ୍ରୋଲ ଓ ଇନ୍ଧନ ଗ୍ୟାସର ଏ ହେତୁକ ଦରବୂଦ୍ଧି ସହ ୧୫ ଲକ୍ଷ ଟଙ୍କା ସମସ୍ତଙ୍କ ବ୍ୟାଙ୍କ ଖାତାରେ ଜମା କରିବାର ମିଛ ପ୍ରତିଶ୍ରୁତି ଉଲ୍ଲେଖ ରହିଛି । ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ସ୍ତରୀୟ ସମସ୍ତ ନେତା ଓ କର୍ମୀ ଯୋଗଦେଇଥିବା ଜଣାପଡିଛି ।

Exit mobile version