କେନ୍ଦ୍ର ସରକାର ଚାଉଳ କାଟୁଥିବା ପ୍ରତିବାଦରେ ଚାଉଳ ପାଇଁ ବିଜେଡିର ପ୍ରତି ପଞ୍ଚାୟତରେ ଧାରଣା

ଧୂବଲପଡା ପଞ୍ଚାୟତ କାର୍ଯ୍ୟାଳୟ କୁ ବିଜେଡି ପକ୍ଷରୁ ଘେରାଉ 

୫ କିଲୋ ଚାଉଳ କଟା ପ୍ରସଙ୍ଗ କୁ ନେଇ ବ୍ଲକ ରେ ଥିବା ୩୦ ଗୋଟି ପଞ୍ଚାୟତରେ ଆନ୍ଦୋଳନ କୁ ଉହ୍ଲାଇଛି ବିଜେଡି ।

୧୫ ଫେବୃଆରୀ ,ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ଆଜି ପାଟଣାଗଡ ବିଜେଡି ପକ୍ଷରୁ ଉସୁନା ଚାଉଲ ଉଠାଣ ପରିମାଣ ହ୍ରାସ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ଯୋଗୁଁ ୫ କିଲୋ ଚାଉଳ କଟା ପ୍ରସଙ୍ଗ କୁ ନେଇ ବ୍ଲକ ରେ ଥିବା ୩୦ ଗୋଟି ପଞ୍ଚାୟତରେ ଆନ୍ଦୋଳନ କୁ ଉହ୍ଲାଇଛି ବିଜେଡି । ଏହି ବିଧାୟକ ସରୋଜ କୁମାର ମେହେର ଙ୍କ ସମେତ ପଞ୍ଚାୟତ ସ୍ତରିୟ ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ପଞ୍ଚାୟତ ସମ୍ମୁଖରେ ଧାରଣାରେ ବସିପଡିଥିଲେ ।

ଏଥିସହ ପିଇଓ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଦେଇଛନ୍ତି । ଏହି ଦାବିପତ୍ରରେ ୫ କେଜି ଉସୁନା ଚାଉଲ କଟା ସମେତ ଡିଜେଲ, ପେଟ୍ରୋଲ ଓ ଇନ୍ଧନ ଗ୍ୟାସର ଏ ହେତୁକ ଦରବୂଦ୍ଧି ସହ ୧୫ ଲକ୍ଷ ଟଙ୍କା ସମସ୍ତଙ୍କ ବ୍ୟାଙ୍କ ଖାତାରେ ଜମା କରିବାର ମିଛ ପ୍ରତିଶ୍ରୁତି ଉଲ୍ଲେଖ ରହିଛି । ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ସ୍ତରୀୟ ସମସ୍ତ ନେତା ଓ କର୍ମୀ ଯୋଗଦେଇଥିବା ଜଣାପଡିଛି ।

ଏହି ପରିପ୍ରେକ୍ଷ ଧୂବଲପଡା ପଞ୍ଚାୟତ କାର୍ଯ୍ୟାଳୟ କୁ ମଧ୍ୟ ବିଜେଡି ପକ୍ଷରୁ ଘେରାଉ କରିବା ସହ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲେ । ଧୂବଲ ପଡ଼ା ଗ୍ରାମର ବରିଷ୍ଠ ବିଜେଡି ନେତା ମଦନ କୁମାର ପୃଷ୍ଟି ଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ଏକ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାର ଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ ।

କେନ୍ଦ୍ର ସରକାର ଚାଉଳ କାଟୁଥିବା ପ୍ରତିବାଦରେ ବିଜେଡେ ନେତା କର୍ମୀ ମାନେ ସମାଲୋଚନା କରିଥିଲେ । ପରିଶେଷରେ ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ଗୌରଚନ୍ଦ୍ର ମିଶ୍ର ଦାବି ପତ୍ର ପ୍ରଦାନ କରିଥିଲେ । ଏଥିରେ ପବିତ୍ର ସେଠ, ମନୋଜ କୁମାର ମିର୍ଦ୍ଧା, ରତ୍ନମଣି କରଣ ,ଭାରତ ବିହାରୀ ପ୍ରଧାନ ଙ୍କ ସମେତ ଧୂବଲପଡା ପଞ୍ଚାୟତ ର ଶତାଧିକ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ ।

Exit mobile version