ଗୋପାଳପୁର ଠାରେ ଶନିଦେବ ଙ୍କ ଅଷ୍ଟଦଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

୧୫ ଫେବୃଆରୀ ,ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ଚଳିତ ମାସ ଶୁକ୍ରବାର ଠାରୁ ସୋମବାର ପର୍ଯ୍ୟନ୍ତ ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଠାରେ ଶନିଦେବ ଙ୍କ ମନ୍ଦିର ରେ ୪ ଦିନ ଧରିବାର୍ଷିକ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ଶୁକ୍ରବାର ଦିନ ମନ୍ଦିର ପରିସରରେ ଅଙ୍କୁରୋପଣ , ଶନିବାର ଦିନ କଳସ ଯାତ୍ରା ସଂକୀତ୍ରନ ଓ ପ୍ରଥମ ଆହୁତି ରବିବାର ଦ୍ୱିତୀୟ ଆହୁତି ଏବଂ ସୋମବାର ଦିନ ଘଟ ବିସର୍ଜନ କାର୍ଯ୍ଯ ସହିତ ପୂର୍ଣ୍ଣାହୁତି ହୋଇ ପ୍ରସାଦ ସେବନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳ ରୁ ହଜାର ହଜାର ଭକ୍ତ ୪ ଦିନ ଧରି ଯୋଗ ଦେଇ ପ୍ରସାଦ ସେବନ କରିବା ସହିତ ଶନିଦେବ ଙ୍କ କୃପାଲାଭ କରିଥିଲେ ଗୋପାଳପୁର ଗ୍ରାମବାସୀ ଙ୍କ ତରଫରୁ ସମସ୍ତ ବ୍ୟବସ୍ଥା ସୁଚାରୁ ରୂପେ ସମ୍ପାଦନ କରାଯାଇଥିଲା । ପ୍ରଭୂ ଶ୍ରୀ ଶନି ଦେବଙ୍କ ଠାରେ ବିଶ୍ଵଶାନ୍ତି ତଥା ଗ୍ରାମ ରେ ଶାନ୍ତି ର ବାତାବରଣ ଆଣିବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବହୁ ଆଡମ୍ୱର ର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Exit mobile version