ଗଜପତି,ରାୟଗଡ଼ : ପଦ୍ମପୁର ପଞ୍ଚମୁଖୀ ହନୁମାନ ମନ୍ଦିରରେ ଲଗାତାର ଚୋରି

୧४ ଫେବୃଆରୀ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ ଗଜପତି :- ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଲଗାତାର ଚୋରି ଘଟଣା ଲାଗିରହିଛି । ଘଟଣାରୁ ପ୍ରକାଶ ଯେ ଗତକାଲି ମଧ୍ଯ ରାତିରେ ପଦ୍ମପୁର ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରରେ କେହି ଦୁରବୁତ ମନ୍ଦିରର ଗେଟରେ ପଡିଥିବା ଚାବି ଭାଙ୍ଗି ଥିବା ଓ ମନ୍ଦିର ଭିତରେ ଥିବା ଦାନ ହୁଣ୍ଡି ଚୋରି ହୋଈ ଯାଇଥିବା ମନ୍ଦିର ପୂଜାରି ସନ୍ତୋଷ ପାତ୍ର ସକାଳେ ମନ୍ଦିର ଖାଲିବା ବେଳେ ଜାଣି ବାକୁ ପାଇଥିଲେ । ଚୋରି ହୋଈଥିବା ଥିବା ଦାନ ହୁଣ୍ଡିଟି ନିକଟରେ ଥିବା ବିଲରେ ଛାଡି ପଳାଇଥିଲେ ।ଲୋକେ ଦାନ ହୁଣ୍ଡି ପଡ଼ିଥିବା ଦେଖି ଥିଲେ ହେଲେ ସେଥିରେ ଥିବା ପ୍ରାୟ ଦଶ ହଜାର ଟଙ୍କା ରୁ ଉର୍ଦ୍ଧ ଟଙ୍କା ଚୋର ନେଇପଳାଇଥିଲେ । ଏହି ଖବର ଲୋକଙ୍କ ମନରୁ ନଜାଉନୁ ପୁଣି ସେହି ଗ୍ରାମର କୈଳାଶ ଚୌଧୁରୀ ଙ୍କ ଘରୁ ଚୋରି ହୋଈଥିବା ଜଣାପଡ଼ିଛି । କୈଳାଶ ନିଜ ସ୍ତ୍ରୀ ଙ୍କ ସ୍ଵାସ୍ଥ୍ୟ ଖରାପ ଥିବାରୁ ବିଶାଖାପାଟଣା ଯାଇଥିଲେ । ଆଜି ମଧ୍ୟାହ୍ନ ସମୟରେ ସେ ନିଜ ଘରକୁ ଆସି ଥିଲେ । ଘରକୁ ଆସି ଚାବି ଖୋଲି ଘରକୁ ପଶିଲା ବେଳକୁ ଘରର ପଛପଟୁ ସବୁ କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ ।ଘରେ ଥିବା ସବୁ କୋଠୋରି ଗୁଡ଼ିକ ଖୋଲା ଥିବା ଓ ସେଠାରେ ଥିବା ଆଲମାରୀ ଖୋଲା ଥିବା ସହ ସବୁ ଜିନିଷ ପତ୍ର ଏପଟେ ସେପଟେ ପଡ଼ିଥିବା ବେଳେ ଘରେ ଚୋରି ହୋଈ ଯାଇଥିବା ଜାଣିବାକୁ ପାଇଥିଲେ । ଘରର ପଛପଟ ଥିବା ରୋଷେଇ ଘର ର ଝରକା ଗ୍ରିଲକୁ ତାଢି ସେହି ବାଟେ ଚୋରି କରି ଥିବା ଅନୁମାନ କରି ଥିଲେ । ଏନେଇ ଶ୍ରୀ ଚୌଧୁରୀ ଘରେ ଥିବା ପ୍ରାୟ ଦୁଇ ତିନି ତୋଳା ର ସୁନା ଗହଣା ଚୋରି ହୋଇଥିବା ରାୟଗଡ଼ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ 17/23ରେ କେସ କରି ତଦନ୍ତ ଚଳାଇ ଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ ଯେ ଗତ ଦୁଇ ଦିନ ପୂର୍ବରୁ ସେହି ଗ୍ରାମର ସେନାପତି ଶବର ଙ୍କ ଘରୁ ଜଣେ ବ୍ୟକ୍ତି ୪୦୦୦୦/- ଟଙ୍କା ଓ ଗୋଟିଏ ମୋବାଇଲ ଚୋରି କରିଥିବା ଥାନାରେ ଅଭିଯୋଗ ହୋଇଛି ।

Exit mobile version