ବସ ଧକ୍କା ରେ ଦୁଇ ବାଇକ୍ ଆରୋହୀ ମୃତ

୧४ ଫେବୃଆରୀ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ଥାନା ରାମପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ବସ୍ ଧକ୍କା ରେ ଦୁଇ ବାଇକ୍ ଆରୋହୀ ମୃତ ଘଟିଛି । ମୃତ ବାଇକ୍ ଆରୋହୀ ଦ୍ଵୟ ହେଲେ ଆସିତ ମେହେର (୨୭) ଓ ମଳୟ ମନିହୀରା (୨୪) ଉଭୟେ ତୁଷାର ଥାନା ନୂଆପଡ଼ା ଗାଁ ର ବୋଲି ଜଣାପଡିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅସିତ ଓ ମଳୟ ପାଟଣାଗଡ଼ ଥିବା ତାଙ୍କର ଜଣେ ସମ୍ପର୍କୀୟ ଙ୍କ ବାହାଘର ଉତ୍ସବ ରେ ଯୋଗଦେବାପାଇଁ ବଲାଙ୍ଗୀର ପଟୁ ଏକ ବାଇକ୍ ନଂ ଓଡି୦୩ ୟୁ ୦୭୦୩୭ ଯୋଗେ ଆସୁଥିଲେ ।

ପାଟଣାଗଡ଼ ରୁ ବାହାରି ଭୁବନେଶ୍ୱର ଅଭିମୁଖେ ଯାଉଥିବା ଜୟମାତା ଦୀ ନାମକ ଏକ ଘରୋଇ ବସ ନଂ ଓଡି ୨୬ ସି୯୮୭୭ ଙ୍କ ସହ ବୁଲାଣି ରାସ୍ତା ରେ ମୂହାମୂହିଁ ଧକ୍କା ହୋଇଥିଲା । ଅସିତ ଓ ମଳୟ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଖବର ପାଇ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଓ ଏସଆଇ ବ୍ରଜକିଶୋର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣା ର ଅଧିକ ତଦନ୍ତ ଜାରି ରଖି ଥିବା ଜଣାପଡିଛି ।

Exit mobile version