ପୁଲୱାମା ରେ ଆତଙ୍କବାଦୀ ଆକ୍ରମଣ ରେ ସହିଦ 40 ଜଣ ଯବାନ ଙ୍କ ଶ୍ରଦ୍ଧାଞ୍ଜଳି ରେ ଟିମ ହୁମାନୀଟି ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

୧४ ଫେବୃଆରୀ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଫୁଲବାଣୀ :-  ଆଜିର ଦିନ ଜlମ୍ମୁ ଓ କାଶ୍ମୀର ପୁଲୱାମା ଠାରେ ଆତଙ୍କବାଦୀଙ୍କର ଆତ୍ମଘାତି ବିସ୍ପୋରଣ ରେ ସହିଦ 40 ଜଣ CRPF ଯବାନଙ୍କର ଅମର ଆତ୍ମା ର ସଦଗତି ଏବଂ ଦେଶ ପାଇଁ ଦେଇଥିବା ସର୍ବୋଚ୍ଚ ବଳିଦାନ କୁ ସମ୍ମାନ ଜଣେଇ ଟିମ ହ୍ୟୁମାନିଟି କନ୍ଧମାଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳି କାଯ୍ୟକ୍ରମ ସ୍ଵରୁପ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଆଜି ସକାଳ 8 ଘଂଟିକା ସମୟରେ ଟିମ ହ୍ୟୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁ ଙ୍କ ନେତୃତ୍ୱରେ ଫୁଲବାଣୀ ମାଦିକୁନ୍ଦା ଛକ ଠାରେ ଟିମର ସଦସ୍ୟ ଓ ସଦସ୍ୟା ମାନେ ଏକତ୍ରିତ ହୋଇଫୁଲବାଣୀ ମୁଖ୍ୟ ସହର ଦେଇ ପୁଲୱାମା ସହିଦ ଯବାନ ଙ୍କ ତୈଳ ଚିତ୍ର ଥିବା ଏକ ବ୍ୟାନର ନେଇ ଟିମ ର ସଦସ୍ୟ ଓ ସଦସ୍ୟା ମାନେ ଭାରତ ମାତାକି ଜୟ, ସହିଦ ଯବାନ ଅମର ରହେ ଓ ଜୟ ଯବାନ ନାରା ଦେଇ ଏକ ଶୋଭା ଯାତ୍ରାରେ ସ୍ଥାନୀୟ ରକ୍ତ ଭଣ୍ଡାର ରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ସହିଦ ଯବାନ ଙ୍କ ପୁଣ୍ୟତିଥି ଅବସରରେ ସ୍ଵେଛାକୃତ ରକ୍ତଦାନ ଶିବିରକୁ ଫୁଲବାଣୀ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଶେଷଦେବ ମିଶ୍ର ଉଦଘାଟନ କରିଥିଲେ।

ଶିବିରରେ ରକ୍ତଭଣ୍ତାରର କର୍ମଚାରୀ ଡ଼ଃ ଜୟଦୀପ ଘୋଷ, ଦିନକୃଷ୍ଣ ମହନ୍ତ, ସୁଜିତ କୁମାର ସାହୁ,ଲଷ୍ମୀଧର ମଣ୍ଡଳ,ସାକେତ ରାଣୀ ନାଏକ,ସଂଯୁକ୍ତା ଦଳଛତ୍ର, ବରୁଣ ବେହେରା ଏବଂ ପ୍ରଶାନ୍ତ କୁମାର ରତ୍ନାଳୁ ପ୍ରମୁଖ ସମ୍ପାଦନ କରିଥିଲେ।ପୁନଶ୍ଚ ରକ୍ତଦାନ ଶିବିର ରେ ବରିଷ୍ଠ ସାମ୍ବାଦିକ ମହେନ୍ଦ୍ରନାଥ ସୁବୁଦ୍ଧି, ବିରଜାମହୋନ ରଥ,DMRCH ଆଶିଷ କୁମାର ମହାନ୍ତି, ମା ବ୍ରାହ୍ମଣୀଦେବୀ ଆଳତି ବାହିନୀ, ଆକ୍ସିସ ବ୍ୟାଙ୍କ୍ ଷ୍ଟାଫ୍ଫ, ବଣିକ ସଙ୍ଘ ସଭାପତି ଅଶୋକ ପଟ୍ଟନାୟକ,

ଜିଲ୍ଲା ଆପlତ କାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ଅତିରିକ୍ତ ଜ଼ିଲ୍ଲା ପାଳ ପ୍ରିୟଦର୍ଶିନୀ ସ୍ୱାଇଁ, ପୈାର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା, ମୁଖ୍ୟ ଚିକିତ୍ସାଳୟ PPC ସେଣ୍ଟର କିଛି କର୍ମଚାରି ଫୁଲବାଣୀର କିଛି ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷକରି କିଛି ମହିଳା ରକ୍ତଦାତା ଏବଂ ଟିମ ହ୍ୟୁମାନିଟି କନ୍ଧମାଳ ର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ନିଜେ ରକ୍ତ ଦାନ କରିବା ସହ ଜନସାଧାରଣ ଙ୍କୁ ରକ୍ତଦାନ କରିବାପାଇଁ ଉତ୍ସାହିତ କରିଥିଲେ ।ଏଥିରେ ଟିମ୍ ର ସମସ୍ତ ସଦସ୍ୟ ସଦସ୍ୟା ଏବଂ ରକ୍ତ ଭଣ୍ଡାର ର କାର୍ଯ୍ୟକର୍ତ୍ତା ସମ୍ପୁର୍ଣ୍ଣ ସହଯୋଗ କରି ମୋଟ 121 ୟୁନିଟ ରକ୍ତ ସଂଗ୍ରହ କରି କାର୍ଯ୍ୟକ୍ରମ ଟିକୁ ସୁଚାରୁରୂପେ ପରିଚାଳନା କରି ଶିବିର କୁ ସଫଳ କରାଇଥିଲେ l ଅସହାୟ ର ସାହା ଟିମ ହୁମାନୀଟି ର ଏଭଳି କାର୍ଯ୍ୟ ଦେଖି ବୁଦ୍ଧି ଯିବି ଓ ସହର ବାସି ସାଧୁ ବାଦ ଜଣେଇ ବା ସହ ପ୍ରଶଂସା କରିଥିବା ଦେଖିବା କୁ ମିଳିଥିଲା l

Exit mobile version