ଧୁବଳପଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରୁ ଗଛ କାଟା କୁ ନେଇ ୱ।ଡମେମ୍ବର ଓ ଗ୍ରାମବାସୀ ଙ୍କ ବିରୋଧ : ବନବିଭାଗ ର ହସ୍ତକ୍ଷେପ ପରେ କଟା ଗଛ ଜବତ – ସରପଞ୍ଚ ଙ୍କ ନାମରେ ରୁଜୁ ହେଲା ମାମଲା

୧४ ଫେବୃଆରୀ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଧୁବଳପଡା ପଞ୍ଚାୟତ ରେଙ୍ଗଟାସିଲ ମୂଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ବିଭିନ୍ନ ପ୍ରକାର ଗଛ କଟା ନେଇ ୱ।ଡମେମ୍ବର ଓ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଉଭୟ ଙ୍କ ଅଭିଯୋଗ ପରେ ପାଟଣାଗଡ଼ ବନ ବିଭାଗ ଆଜି କଟା ଯାଇଥିବା ଗଛ ଗୁଡ଼ିକୁ ଜବତ କରି ଟ୍ରାକ୍ଟର ଯୋଗେ ପାଟଣାଗଡ଼ ବନବିଭାଗ କାର୍ଯ୍ୟାଳୟ କୁ ଆଣିଥିବା ସହ ଧୂବଲପଡା ସରପଞ୍ଚ କସ୍ତୁରୀ ଭୋଇ ଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିବା ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶି ଙ୍କ ଠାରୁ ଜଣାପଡିଛି ।ୱ।ଡ଼ ମେମ୍ବର ଓ ଗ୍ରାମବାସୀ ଅଭିଯୋଗ ଅନୁସାରେ ପଞ୍ଚାୟତ ଆରମ୍ଭ ହେବା ଦିନଠାରୁ କାର୍ଯ୍ୟାଳୟ ପରିସରରେ ଶିଶୁ ଓ ଗମ୍ଭାରୀ ପରି ମୂଲ୍ୟବାନ ଗଛ ସହ ଅନ୍ୟାନ୍ୟ ଗଛ ଗୁଡ଼ିକ ଲଗାଯାଇଥିଲା ।ସରପଞ୍ଚ କସ୍ତୁରୀ ଭୋଇ ଓ ତାଙ୍କ ସ୍ଵାମୀ କିଶୋର ଚନ୍ଦ୍ର ଭୋଇ ମିଶି ପଞ୍ଚାୟତ ର ୱ।ଡମେମ୍ବର ଓ ଗ୍ରାମବାସୀ ଙ୍କ ଅଜାଣତ ସହ ସଭା ଖାତାରେ ଗଛ କଟା ସମ୍ପର୍କିତ କୌଣସି ରେଜୁଲେସନ କରି ନାହାନ୍ତି । ଏ ପରିକି କାର୍ଯ୍ୟାଳୟ ପରିସରରୁ ଗଛ କାଟା ବାବଦକୁ ନେଇ ପାଟଣାଗଡ଼ ବନବିଭାଗ କୁ କୌଣସି ଲିଖିତ କିମ୍ବା ମୌଖିକ ଭାବରେ ଜଣାଇନ ଥିବା ଅଭିଯୋଗ ହେଉଛି । ଗଛ କାଟା ସର୍ମ୍ପକ ରେ ୱ।ଡମେମ୍ବର ମାନଙ୍କ ଅଭିଯୋଗ ପରେ ଆଜି ଦିନ ୧୧ ଟା ସମୟରେ ବନ ବିଭାଗର ଏକ ସ୍ଵତନ୍ତ୍ରଟିମ ଫରେଷ୍ଟର ଗୁଣନିଧି ପରିଡ଼ା ଙ୍କ ନେତୃତ୍ବରେ ଉକ୍ତ ସ୍ଥାନରେ ଚଢାଉ କରିଥିଲେ । ଚଢାଉ ସମୟରେ କାର୍ଯ୍ୟାଳୟ ପରିସରରୁ ୪୧ ଗୋଟି ବିଭିନ୍ନ ପ୍ରକାର ଗଛ କାଟା ଯାଇଥିବା ବନବିଭାଗ ପକ୍ଷରୁ ଜଣାପଡିଛି । କଟା ଯାଇଥିବା କାଠ ଗଣ୍ଡି ଗୁଡ଼ିକୁ ବନବିଭାଗର କର୍ମଚାରୀ ମାନେ ଏକ ଟ୍ରାକ୍ଟର ଯୋଗେ କାର୍ଯ୍ୟାଳୟ କୁ ଆଣିଯାଇଥିଲେ । ସରପଞ୍ଚ ଙ୍କୁ ବନବିଭାଗ ବାରମ୍ବାର ତାଙ୍କ ସ୍ଵାମୀ ଙ୍କ ମାଧ୍ୟମରେ ଡାକିଥିଲେ ମଧ୍ୟ ସେ ଜାଣୁ ଶୁଣି ରେଞ୍ଜ କାର୍ଯ୍ୟାଳୟ କୁ ଆସି ନଥିଲେ । ଏହାପରେ ବନବିଭାଗ ସଂପୃକ୍ତ ସରପଞ୍ଚଙ୍କ ନାମରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ରେଞ୍ଜର ଶ୍ରୀ ବିଶି ଙ୍କ ଠାରୁ ଜଣାପଡିଛି । ଏହି ଚଢାଉ ସମୟରେ ଫରେଷ୍ଟର ଗୁଣନିଧି ପରିଡ଼ା ଙ୍କ ସମେତ ବନରକ୍ଷି ଜ୍ୟୋସ୍ନା ସଲତର , ପାରାଷ୍ଟାପ ହରିସାହୁ,ପୂର୍ଣ୍ଣ ଚନ୍ଦ୍ର ଥପା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version