ବିଭିନ୍ନ ସ୍ଥାନରେ ତହସିଲଦାର ଙ୍କ ଚଢାଉ : ବେଆଇନ ବାଲି , ପଥର,ଇଟା ବୋଝେଇ ଟ୍ରାକ୍ଟର ଜବତ ସହ ୧ ଲକ୍ଷ ୫ ହଜାର ଟଙ୍କା ଜରିମାନା ଆଦାୟ

ବେଆଇନ ବାଲି, ପଥର ଓ ଇଟା ମାଫିଆ ଙ୍କ ଉପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ : ତହସିଲଦାର ।

୧४ ଫେବୃଆରୀ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ ଓ ତାଙ୍କ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଗୋଟି ଟ୍ରାକ୍ଟର ଜବତ କରିବା ସହ ୧ ଲକ୍ଷ ୫ ହଜାର ଟଙ୍କା ଜରିମାନା ଆଦାୟ କରି ଥିବା ଜଣାପଡିଛି । ପାଟଣାଗଡ଼ ତହସିଲଦାର ବିଭିନ୍ନ ବାଲି ଘାଟ ରୁ ବେଆଇନ ବାଲି ଚାଲାଣ ଜଙ୍ଗଲ ରୁ ବେଆଇନ ଭାବରେ ପଥର ଚାଲାଣ ସହ ବେଆଇନ ଇଟାଭାଟି ରୁ ଇଟା ଚାଲାଣ ହେଉଥିବା ର ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଥିଲେ ।

ତାଂକ ନେତୃତ୍ବରେ ଏକ ଟିମ୍ ପାଟଣାଗଡ଼ ସ୍ଥିତ ଧୂମଭଟା ଠାରେ ବେଆଇନ ଭାବରେ ବାଲି ଚାଲାଣ କରୁଥିବା ଟ୍ରାକ୍ଟର ନଂ ଓଡି୦୩ ଜି ୪୮୨୦ ଠାରୁ ୫୦ ହଜାର ଟଙ୍କା, ଅନୁରୂପ ଭାବରେ ସେହି ଧୂମାଭଟା ରୁ ବେଆଇନ ପଥର ଚାଲାଣ କରୁଥିବା ଟ୍ରାକ୍ଟର ନଂ ଓଡି୦୩ ୟୁ ୮୮୬୦ ଠାରୁ ୩୫ ହଜାର ଟଙ୍କା , ଗଙ୍ଗା ସାଗର ଠାରେ ବେଆଇନ ଇଟା ଚାଲାଣ କରିଥିବା ଟ୍ରାକ୍ଟର ନଂ ଓଡି୦୩ ପି ୨୨୬୬ ଠାରୁ ୧୦ ହଜାର ଟଙ୍କା, ସମେତ ଖୁଣ୍ଟୁଣାପାଣି ଠାରେ ବେଆଇନ ବାଲି ଚାଲାଣ କରୁଥିବା ଟ୍ରାକ୍ଟର ନଂ ଓଡି୦୩ ଏଚ୍ ୯୧୬୦ ଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରି ଥିବା ଜଣାପଡିଛି ।

ପ୍ରକାଶ ଥାଉ ଯେ ଏହି ସବୁ ସ୍ଥାନ ଗୁଡିକ ରୁ ପଥର, ବାଲି ଓ ଇଟା ମାଫିଆ ମାନେ କୌଣସି ପ୍ରକାର ରଏଲ୍ଟି (ରାଜସ୍ବ) ନ ଦେଇ ଚୋରା ଚାଲାଣ କରିଆସୁଥିଲେ । ଆଗକୁ ମାଫିଆ ମାନେ ଯଦି ଏହି ପ୍ରକ୍ରିୟା ଜାରି ରଖିବେ ଜରିମାନା ଆଦାୟ ସହ ତାଙ୍କ ନାମ ରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ଏହି ଚଢାଉ ସମୟରେ ତହସିଲଦାର ଶ୍ରୀ ମାଝୀ ଙ୍କ ସମେତ ତ୍ରିନାଥ ଭୋଇ ସହ ଆର୍ ଆଇ ଅମିନ ଉପସ୍ଥିତ ଥିଲେ ।

Exit mobile version