୧४ ଫେବୃଆରୀ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ବିଭିନ୍ନ ସ୍ଥାନରୁ ୧୭ କେଜି ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଜୟଧର ସୁନା , ରାଜେଶ ସୁନା, ଓ ଜୟସିଂ ଯାଦବ ବୋଲି ଜଣାପଡିଛି । କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ଉପ ନିରୀକ୍ଷକ ସତ୍ୟନାରାୟଣ ଦାସ ଙ୍କ ଠାରୁ ଜଣାପଡିଛି ।
ସୂଚନା ଅନୁସାରେ ଗତକାଲି ଅବକାରୀ ବିଭାଗର ଦୁଇଟି ଟିମ୍ ଲାଠୋର ଥାନା ଅଧୀନରେ ଥିବା ଝାକ୍ରିପାଲି ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ଠିକ ଏହି ସମୟରେ ଏକ ଫେସନ ଫ୍ଳସ ବାଇକ୍ ଯୋଗେ ଦୁଇ ଜଣ ଯୁବକ ମଝିରେ ଏକ ଭର୍ତ୍ତି ଥିବା ଜରିବସ୍ତା ଧରି ସେହି ରାସ୍ତା ଦେଇ ଦ୍ରୃତ ଗତି ରେ ଯାଇଥିଲେ । ଅବକାରୀ ବିଭାଗ ସନ୍ଦେହ କରି ସେମାନଙ୍କୁ ପିଚ୍ଛା କରିଥିଲା । କିଛି ବାଟ ପିଚ୍ଛା କରିବା ପରେ ସେମାନଙ୍କୁ ଅଟକାଇବାରେ ସଫଳ ହୋଇଥିଲା ।
ଯାଞ୍ଚ ସମୟରେ ବାଇକ୍ ରେ ଥିବା ଜୟଧର ସୁନା ଓ ରାଜେଶ ସୁନା ଧରି ଥିବା ଜରିବସ୍ତା ରୁ ଗଞ୍ଜେଇ ବାହାରି ଥିଲା । ଅନୁରୂପ ଭାବରେ ସେହି ରାସ୍ତା ର ଅନୀତ ଦୂରରେ ଥିବା ଜଣେ ଯୁବକ ମଧ୍ୟ ଏକ ଅଧା ଜରି ଭର୍ତ୍ତି ଥିବା ବସ୍ତା ଧରି ଏକ ଗଛ ମୂଳେ ଅଟକି ରହିଥିଲା । ଅବକାରୀ ବିଭାଗର ସନ୍ଦେହ ହେବାରୁ ଉକ୍ତ ଯୁବକ ଙ୍କୁ ମଧ୍ୟ ପଚାରା ଉଚରା ପରେ ଜରିବସ୍ତା ଖୋଲି ଦେଖାଇବାକୁ କୁହାଯାଇଥିଲା ।
