ବାଣପୁରର ଗମ୍ଭାରୀମୁଣ୍ଡା ଠାରେ ହୀରକ ଜୟନ୍ତୀ ମହୋତ୍ସବରେ ମହାମହିମ ଓଡ଼ିଶା ରାଜ୍ୟପାଳ

୧४ ଫେବୃଆରୀ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ ର ଷାଠିଏ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ମହୋତ୍ସବର ଦ୍ଵିତୀୟ ଦିନରେ ରାଜ୍ୟର ମହାମହିମ ରାଜ୍ୟପାଳ ଶ୍ରୀ ଯୁକ୍ତ ଗଣେଶୀ ଲାଲ ମହୋଦୟ ଙ୍କ ଉପସ୍ଥିତି ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଦେଇଥିଲା l ମହୋତ୍ସବ ରେ ମୁଖ୍ୟ ଅତିଥି ରୂପେ ପ୍ରଫେସର ଗଣେଶୀ ଲାଲ, ସଭାପତିତ୍ୱ କରିଥିଲେ ଡା. ସୁରେନ୍ଦ୍ର ନାଥ ଦାସ, ମୁଖ୍ୟ ବକ୍ତା ଶ୍ରୀ ସୌମ୍ୟ ରଂଜନ ପଟ୍ଟନାୟକ, ସଂମ୍ମାନିତ ଅତିଥି ପ୍ରାକ୍ତନ ଶିକ୍ଷକ ଦୁର୍ଗା ଚରଣ ମହାରଣା ଓ ପ୍ରଧାନ ଶିକ୍ଷୟିତ୍ରୀ ସଚଳା ଗୁରୁ ଯୋଗ ଦେଇ ଉଚ୍ଚ ବିଦ୍ୟାଳୟ ବିଷୟରେ ଆଲୋକପାତ କରିଥିଲେ।ଅଂଚଳର ଏହି ବହୁ ପୁରାତନ ଉଚ୍ଚ ବିଦ୍ୟାଳୟ ବିଷୟରେ ପର୍ଯ୍ୟାଲୋଚନା କରିବାସହିତ ଉନ୍ନତୀ ମୂଳକ କାର୍ଯ୍ୟ ବିଷୟରେ ସୁଚନା ପ୍ରଦାନ କରିଥିଲେ l ଶ୍ରୀ ପଟ୍ଟନାୟକ ବାଣପୁର ମାଟିର ସୁଯୋଗ୍ୟ ସନ୍ତାନ ଗୋଦାବରିଶ ମିଶ୍ର ଙ୍କର ଅବଦାନର ସ୍ମୃତିଚାରଣ କରିଥିବା ବେଳେ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କ ମଧ୍ୟରେ ଥିବା ଉତ୍ତମ ଭାବ ବିନିମୟ ର ଚର୍ଚ୍ଚା କରି ଥିଲେ। ବିଦ୍ୟାଳୟର ପରିବେଶକୁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଅବଦାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରବର୍ତ୍ତାଇ ଥିଲେ। ମହାମହିମ ରାଜ୍ୟପାଳ ଶିକ୍ଷାନୁଷ୍ଠାନରେ ପଢିବାର ଅନୁଭୂତି ଓ ଭଲ ମଣିଷ ଗଢିବାର ସଂସ୍କାର ଉପରେ ଗୁରୁତ୍ୱାରୋପ କରି ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶୂନ୍ୟ ରୁ ବ୍ରହ୍ମ ଆଲୋଚନା କରିଥିଲେ। ରାଜ୍ୟପାଳଙ୍କ ଜଗନ୍ନାଥ ଙ୍କୁ ନେଇ ପ୍ରଶ୍ନର ଉତ୍ତରରେ ହିମାଂଶୁ ନାମକ ଜଣେ ଛାତ୍ରଙ୍କୁ ଏକ ଲକ୍ଷ ଟଙ୍କାରେ ପୁରସ୍କୃତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଓ ପୁରାତନ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମହୋତ୍ସବର ସଫଳ ସଂପାଦନ କରିଥିଲେ। ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ତ୍ଵାବଧାନରେ ବାଣପୁର ଓ ନାଚୁଣୀ ପୋଲିସ୍ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ମନୋରଂନ ପାଇଁ ପତିତପାବନ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ର ସାଂସ୍କୃତିକ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା ।

Exit mobile version