୧୩ ଫେବୃଆରୀ ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ପ୍ରଶାସନ ଶୁଣିଲେନି, ଦିବ୍ୟାଙ୍ଗ ପରିବାରଙ୍କ ମୁହଁରେ ହସଫୁଟାଇଲେ ତିଦ୍ଦତିୟ ସ୍ବେଚ୍ଛାସେବୀ … ସରକାର ଗରିବ ଅସହାୟ ଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଅନେକ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ଅନେକ ସ୍ଥାନରେ ପ୍ରଶାସନିକ ଅବହେଳା ହେଉ କିମ୍ବା ଆନ୍ତରିକତା ର ଅଭାବ ଯୋଗୁଁ ବାରମ୍ବାର ଗୁହାରି ସତ୍ବେ ଗରୀବ ନିଷ୍ପେସିତ ପରିବାର ଟ କୁ ପ୍ରକୃତ ଯୋଜନା ମିଳୁପାରୁନଥିବା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୁଆଗଡ ବ୍ଲକ ଅନ୍ତର୍ଗତ ପୁଟୁରୁପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠିକ୍ ସମ୍ମୁଖରେ ରହୁଥି୍ବା କୌଳାସ ରଇତଙ୍କ କ୍ଷେତ୍ରରେ । ବିଗତ ଦିନରେ କୌଳାସଙ୍କ ଚାରୋଟି ପୁଅ ବିକାଳାଙ୍ଗ ଅବସ୍ଥାରେ ରହିଥିବା ବେଳେ ପାଲ କୁଡିଆ ତଳେ ଦୁର୍ଦ୍ଦିନରେ ଜୀବନ ବିତାଆସୁଥିଲେ , କୁଲ ମୁଲ ଲାଗି ପରିବାର ପ୍ରତିପୋଷଣ ହୋଇପାରୁନଥିବା ଯୋଗୁଁ ରୋଗିଣା ପିଲାଙ୍କ ଚିକିତ୍ସା ମଧ୍ୟ କରାଇପାରୁନଥିଲେ ।
ଗତ ଜୁନ ମାସରେ ଏହି ଖବର ସମାଜ ଖବର କାଗଜ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ପ୍ରସାଶନ ର ନିଦ ଭାଙ୍ଗିଥିଲା ଏବଂ ଅସହାୟ କୌଳାସ ଙ୍କ ପରିବାର ପାଖରେ ପହଞ୍ଚି ବିଭିନ୍ନ ପ୍ରତିଶୃତି ଦେଇଥିଲେ ପ୍ରଶାସନିକ ଅଧିକାରୀ । ଏହା ସହ ନିଜେ ଗଜପତି ଜିଲ୍ଲାପାଳ କୌଳାସଙ୍କ ପରିବାର କୁ ଆବାସ ଯୋଜନାରେ ସର୍ବାଗ୍ରେ ସାମିଲ କରାଯାଇଥିବା ନେଇ ଟ୍ବିଟ ମାଧ୍ୟମରେ ଜଣାଇଥିଲେ । ହେଲେ ଗତ ଜୁନ ମାସ ଠାରୁ ଏଯାବତ ନାଁ ମିଳିପାରିଛି ସରକାରୀ ଙ୍କ ଆବାସ ଯୋଜନାରେ ଖଣ୍ଡିଏ ଘର, ନାଁ ମିଳିପାରିଛି ଆବାସ କାର୍ଯ୍ୟାଦେଶ । ପ୍ରଶାସନର ପ୍ରତିଶୃତି କେବଳ ପାଣିର ଗାର ସଦୃଶ ହୋଇଥିବା ବେଳେ ଅନ୍ୟ ପକ୍ଷରେ ଖବର ପାଇ କିଛି ସେତେବେଳେ ଦୁରାରୋଗ୍ୟ ରେ ପିଡିତ ଥିବା କୌଳାସଙ୍କ ଚାରି ଜଣ ପିଲାଙ୍କୁ ଦେଖିବାକୁ ପହଞ୍ଚିଥିଲେ ମହେନ୍ଦ୍ରଗଡର କିଛି ତିଦ୍ଦତିୟ ଶରଣାର୍ଥି । ଏହା ପରେ ଛୁଟିଥିଲା ସହାୟତାର ହାତ… ଘର ତୋଳିଦେବା ସହ ସମସ୍ତ ଅତ୍ୟାଧୁନିକ ସୁବିଧା ଯୋଗାଇଦେଇଛନ୍ତି ।
ଦିନେ ଭଙ୍ଗା ପାଲ କୁଡିଆ ତଳେ ଜୀବନ ବିତାଉଥିବା କୌଳାସଙ୍କ ପରିବାର ମୁଣ୍ଡ ଉପରେ ପକ୍କା ଘର । ବଂଶଗତ କୌଣସି ଅଜଣା ରୋଗର ଶିକାର ହୋଇ ଅସହାୟ ଅବସ୍ଥାରେ ଥିବା ତିନି ପୁଅ ଙ୍କ ସହ ସ୍ତ୍ରୀ ନେଇ ରହୁଛନ୍ତି କୌଳାସ ।
