ତ୍ରିନାଥ ଠାକୁରଙ୍କ ନୂତନ ମନ୍ଦିର ଉଦଘାଟନ କଲେ – ଦଶପଲ୍ଲା ବିଧାୟକ

୧୩ ଫେବୃଆରୀ ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଆମ୍ବପଡା ଗ୍ରାମ ରେ ତ୍ରିନାଥ ଠାକୁରଙ୍କ ନୂତନ ମନ୍ଦିର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଆମ୍ବପଡା ଗ୍ରାମ କୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ରେ ଅନ୍ତର୍ଭୁକ୍ତ କରାଯାଇଥିବା ସହ ଆଗାମୀ ଦିନରେ ୪୦ ଲକ୍ଷ ବ୍ୟୟରେ ଗ୍ରାମ ର ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ କରାଯିବ ବୋଲି କହିଥିଲେ ।ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ବିକାଶ ର ଧାରା ତ୍ୱରାନ୍ୱିତ ହୋଇପାରିଛି ବୋଲି ଦଶପଲ୍ଲା ଯୁବ ବିଧାୟକ କହିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ସ୍ଥାନୀୟ ସରପଞ୍ଚ ଗାୟତ୍ରୀ ବେହେରା,ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ବ୍ଲକ୍ ବିଜେଡ଼ି ଉପ ସଭାପତି ମୂରଲୀଧର ଜେନା ଙ୍କ ସହିତ ବିଜେଡ଼ି ର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ଅଞ୍ଚଳର ବିକାଶ ଧାରା ଚାଲୁ ରହିଛି ବୋଲି କହିଥିଲେ ।

Exit mobile version